ଦୁଇଟି ଅସହାୟ ଅଜଣା ଶବକୁ ମର୍ଯ୍ୟାଦାର ସହ ସତ୍କାର କଲା ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦୁଇଟି ଅସହାୟ ଅଜଣା ଶବକୁ ମର୍ଯ୍ୟାଦାର ସହ ସତ୍କାର କରିଛି ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ । ସୂଚନା ଅନୁସାରେ କିଛି ଦିନ ଆଗରୁ ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ଆଗଲପୁର ଶାଖାର କର୍ମକର୍ତ୍ତା ରାସ୍ତାରେ ପଡିରହିଥିବା ଏକ ବ୍ୟକ୍ତିଙ୍କୁ ଉଦ୍ଧାର କରିବା ସହ ବଲାଙ୍ଗିର ହସ୍ପିଟାଲରେ ଭର୍ତ୍ତି କରି ଦେଖାଶୁଣା କରୁଥିଲେ । ପରେ ତାଙ୍କର ଦେହାନ୍ତ ପରେ ମଧ୍ୟ ପରିଜନଙ୍କ ବିଷୟରେ ଜଣାପଡିନଥିଲା । ସେହିପରି ଗତ ୧୬ ତାରିଖ ମଧ୍ୟ ଆଉ ଜଣେ ଅସହାୟ ବ୍ୟକ୍ତିଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ତାଙ୍କର ମଧ୍ୟ ଦେହାନ୍ତ ହୋଇଥିଲା । ୩ ଦିନ ପର୍ଯ୍ୟନ୍ତ ଉଭୟଙ୍କ ଶବକୁ ନେବା ପାଇଁ କେହି ପରିଜନ ନ ଆସିବାରୁ ଆଜି ସ୍ୱେଚ୍ଛାସେବୀ ଅନୁଷ୍ଠାନ ବିଙ୍ଗ ହ୍ୟୁମାନ ଫାଉଣ୍ଡେସନର କର୍ମକର୍ତ୍ତାମାନେ ସତ୍କାର କରିଛନ୍ତି । ସ୍ଥାନୀୟ ବିଭୁତିପଡା ଶ୍ମଶାନକୁ ନେଇ ଶବଦ୍ୱୟକୁ ମର୍ଯ୍ୟାଦାର ସହ ସତ୍କାର କରାଯାଇଛି । ଏହି କାର୍ଯ୍ୟରେ ଅନୁଷ୍ଠାନର ବିଶ୍ୱଜିତ ପଟେଲ, କନ୍ଦର୍ପ ରଣା, ରଂଜିତ ପଧାନ, ପିତାମ୍ବର ମଲ୍ଲିକ, ବବି ସୁନା, ବିକାଶ ବେହେରା, ମୁକେଶ ପଧାନ, ବୁଲୁ ମହାକୁର, ବିକୁ ଦଳାଇ, ଶୁଭ୍ରାନ୍ତ ନନ୍ଦ ପ୍ରମୁଖ ୁପସ୍ଥିତ ରହି ସହଯୋଗ କରିଥିଲେ ।

Leave A Reply

Your email address will not be published.