ଅସହାୟ କଏଦୀଙ୍କ ଶବ ସତ୍କାର କଲା ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅସହାୟ କଏଦୀଙ୍କ ଶବ ସତ୍କାର କଲା ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ । ସୂଚନା ଅନୁସାରେ ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକ ସର୍ଗିଗୁଡା ଗାଁର ସୁନାଧର ବାଗ (୮୦)ଏକ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ଥ ହୋଇ ବଲାଙ୍ଗିର ଜେଲରେ ଆଜୀବନ ସଜା କାଟୁଥୁଲେ । ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବାରୁ ତାଙ୍କୁ ଜେଲ କତୃପକ୍ଷ ବଲାଙ୍ଗିର ହସ୍ପିଟାଲରେ ଭର୍ତ୍ତି କରିଥିଲେ । ତେବେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଥିଲା । ଦେହାନ୍ତ ପରେ ପରିବାର ଲୋକଙ୍କୁ ଖବର ଦିଆଯାଇଥିଲା । ସେମାନେ ଆସିବା ପରେ ଶବ ବ୍ୟବଚ୍ଛେଦ କରାଯାଇଥାନ୍ତା, କିନ୍ତୁ ପରିବାର ଲୋକ ଶବକୁ ନେବାକୁ ଅସମର୍ଥ ହେବାରୁ ବିଙ୍ଗ ହ୍ୟୁମାନ ଫାଉଣ୍ଡେସନକୁ ଖବର ଦିଆଯାଇଥିଲା । ଖବର ପାଇ ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ତରଫରୁ ଶବକୁ ସ୍ଥାନୀୟ ବିଭୁତିପଡା ସ୍ଥିତ ଶ୍ମଶାନକୁ ନେଇ ଶବ ସତ୍କାର କରାଯାଇଥିଲା । ଏହି ମହତ କାର୍ଯ୍ୟରେ ଅନୁଷ୍ଠାନର ପ୍ରତିଷ୍ଠାତା ସୋମନାଥ ମିଶ୍ର, କନ୍ଦର୍ପ ରଣା, ବିକୁ ଦଳାଇ, ବିଶ୍ୱଜିତ ପଟେଲ, ରଜତ ପଧାନ, ମୁକେଶ ପଧାନ, ବୁଲୁ ମହାକୁର ଆଦି ସଦସ୍ୟ ଉପସ୍ଥିତ ରହି ସହଯୋଗ କରିଥିଲେ ।

Leave A Reply

Your email address will not be published.

error: Content is protected !!