oom

ବରଗଡ ପଞ୍ଚାୟତ କଲେଜ ଲେକଚର କଲୋନୀ ପଛପଟେ ପଡ଼ିଛି ଶବ

jsmm

ବରଗଡ, (ମୁନ୍ନା ସାହୁ) : ବର୍ତ୍ତମାନର ବଡ଼ ଖବର । ପଡ଼ିଛି ଶବ, ବିଭତ୍ସ ହତ୍ୟାକାଣ୍ଡ । ଲେକଚର କଲୋନୀ ପଛପଟେ ପଡ଼ିଛି ଶବ । ହତ୍ୟା କଲା କିଏ ? ବରଗଡ଼ ପଞ୍ଚାୟତ କଲେଜ ଲେକଚର କଲୋନୀ ପଛ ସାଇଡ୍‌ରେ ହତ୍ୟାକାଣ୍ଡ । ସୂଚନା ଅନୁସାରେ ବରଗଡ଼ ପଞ୍ଚାୟତ କଲେଜ ଲେକଚର କଲୋନୀର ୪୫ ବର୍ଷୀୟ ଦେବରାଜ ପାଣିଗ୍ରାହୀଙ୍କ ମୃତଦେହ କଲୋନୀର ପଛ ସାଇଡ୍‌ରେ ପୋତା ହୋଇଥିବା ଅବସ୍ଥାରେ ଦେଖାଯାଇଛି । ତେବେ ଘଟଣା ସ୍ଥଳରେ ବରଗଡ଼ ଗ୍ରାମାଞ୍ଚଳ ଥାନା ଅଧିକାରୀ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ଘଟଣା ସାରା ଅଂଚଳରେ ଚହଳ ସୃଷ୍ଟି କରିଛି । ପୋଲିସ ତଦନ୍ତ ପରେ ଅସଲ୍‌ ତଥ୍ୟ ସାମ୍‌ନାକୁ ଆସିବ ବୋଲି ସାଧାରଣରେ ଆଲୋଚନା ହେଉଛି ।

jittmm
Leave A Reply

Your email address will not be published.