ସବୁଦିନ ପାଇଁ ରୁଷି କି ଚାଲିଗଲେ ‘ୠଷିବାଗ’

ଚୁଡ଼ାପାଲି, (କେପିଏନ୍‌ଏସ୍‌) : କଥାକାର ଡ. ଅରୁଣ କୁମାର ନାଏକଙ୍କ ପ୍ରଥମ କୋଶଳୀ ଉପନ୍ୟାସ ‘ଋଷି ବାଗର କଥା’ର ମୁଖ୍ୟ ଚରିତ୍ର(ଜୀବନ୍ତ ଚରିତ୍ର) ଋଷି ବାଗ ଆଉନାହାନ୍ତି । ଗତକାଲି ବିଳମ୍ବିତ ରାତିରେ ସେ ହଠାତ୍ ଅସୁସ୍ଥ ଅନୁଭବ କରିଥିଲେ, କିନ୍ତୁ ସକାଳକୁ ଦେଖିଲା ବେଳକୁ ସେ ଆରପାରିକୁ ଚାଲିଯାଇଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୭୫ବର୍ଷ ହୋଇଥିଲେ । ଆଗଲପୁର ବ୍ଲକ ରୋଥ ଗ୍ରାମର ସେ ଥିଲେ ଜଣେ ଅମାୟିକ ବ୍ୟକ୍ତ । ସମସ୍ତଙ୍କୁ ଅତିକମ୍ ସମୟରେ ସେ ନିଜର କରିନେଉ ଥିଲେ । ସମସ୍ତେ ତାଙ୍କୁ ଆଦର କରନ୍ତି । ଯଦିଓ ଗୋରୁପଲ ଜଗିବା କାମ ସେ କରୁଥିଲେ, ତଥାପି ଗ୍ରାମର ସମସ୍ତ କାମରେ ସେ ଜଡ଼ିତ ରହୁଥିଲେ । ସକାଳୁ ଗାଈ ଢିଲ ଗୋ ଏବଂ ସନ୍ଧ୍ୟାରେ ଗାଈ ଢୁକ ଗୋ ଶବ୍ଦ ସମସ୍ତଙ୍କ ପ୍ରିୟ ହୋଇଯାଇଥିଲ । ଏବେ ସେ ଶବ୍ଦ ଆଉ ଶୁଣିବାକୁ ମିଳିବ ନାହିଁ । ସବୁଦିନ ପାଇଁ ସେ ଶବ୍ଦ ପଞ୍ଚତତ୍ତ୍ଵ ବିଲୀନ ହୋଇଗଲା । ତାଙ୍କ ଅବର୍ତ୍ତମାନରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛ ।

Leave A Reply

Your email address will not be published.