ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଚୋରା ଚାଲାଣ ବେଳେ ବିପୁଳ ପରିମାଣର ରୂପା ଇଟା ସହ ନଗଦ ଟଙ୍କା ଜବତ କଲା ପୋଲିସ । ବ୍ରହ୍ମପୁରରୁ କୋଲକତା ଅଭିମୁଖେ ଯାଉଥିବାବେଳେ ପୋଲିସ ପ୍ରଶାସନ ବାଟରେ ମାଡି ବସିଲା । ବ୍ରହ୍ମପୁର ପୋଲିସ ଘଟଣାର ଖୋଳତାଡ ଆରମ୍ଭ କରିଛି । ସୂଚନାଯୋଗ୍ୟ ଯେ, ଖଲ୍ଲିକୋଟ ଥାନା ଅନ୍ତର୍ଗତ ଗୁରାପଲ୍ଲୀ ଟୋଲପ୍ଲାଜା ନିକଟରେ ଶୁକ୍ରବାର ଖଲ୍ଲିକୋଟ ପୋଲିସ ପକ୍ଷରୁ ଖାନ୍ ତଲାସୀ ସମୟରେ ଏକ କାରର୍ ଭିତରୁ ୮୮ କିଲୋ ରୂପା ଇଟା ସହ ନଗଦ ୫ ଲକ୍ଷ ଟଙ୍କା ଜବତ ହୋଇଛି । ଏହି ଘଟଣାରେ ପୋଲିସ ୨ ଜଣ ବ୍ୟବସାୟୀଙ୍କୁ ଅଟକ ରଖି ପଚରାଉଚରା କରୁଛି । ବ୍ରହ୍ମପୁରରୁ କୋଲକାତାକୁ ବିନା ଜିଏସ୍ଟିରେ ଚାଲାଣ ହେଉଥିବା ବେଳେ ପୋଲିସ ପଚରା ଉଚରା ସମୟରେ ଜାଣିବାକୁ ପାଇଛି । ତେଣୁ ଅଧିକ ତଦନ୍ତ ପାଇଁ ବରିଷ୍ଠ ପୋଲିସ ଅଧିକାରୀ ଦାୟିତ୍ୱରେ ଅଛନ୍ତି । ପୋଲିସ ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଛି ବୋଲି କୁହାଯାଇଛି ।