ଇଣ୍ଡିଆନ ଗୋଲଡେନ୍‌ ଭଏସ୍‌ ସିଜିନ-୭ରେ ରନର୍ସ-ଅଫ୍ ହେଲେ ପଶ୍ଚିମ ଓଡିଶାର ଖଗେଶ୍ୱର ବାଗ

ବଙ୍ଗୋମୁଣ୍ଡା, (ପୁସ୍ତମ୍ ଯୁଆଡ଼ି) : ପଶ୍ଚିମବଙ୍ଗର କୋଲକାତାରେ ଚାଲିଥିବା ଇଣ୍ଡିଆନ୍ ଗୋଲଡେନ୍ ଭଏସ୍‌ ଅନଲାଇନ୍ ପ୍ରତିଯୋଗିତାର ସିଜନ୍-୭ରେ ରନର୍ସ ଅଫ୍ ହୋଇଛନ୍ତି ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ବରତୁଣ୍ଡା ଗ୍ରାମର ଖଗେଶ୍ୱର ବାଗ । ତାଙ୍କୁ ଟ୍ରଫି ଓ ମାନପତ୍ର ପ୍ରଦାନ କରାଯାଇଛି । ଏହି ପ୍ରତିଯୋଗିତାରେ ୨୦୦୦ରୁ ଅଧିକ ପ୍ରତିଯୋଗୀ ଭାଗ ନେଇଥିଲେ । ଏହି କୃତିତ୍ୱ ହାସଲ ପରେ ବଙ୍ଗୋମୁଣ୍ଡା ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି । ଗୁରୁ ରେଣୁରଞ୍ଜନ ବାଗ ଏବଂ ଦୁର୍ଦକ୍ଷ ହଂସ ତଥା ମାତାପିତାଙ୍କ ଆଶୀର୍ବାଦ ଯୋଗୁଁ ଏହି ସଫଳତା ହାସଲ କରିଛି ବୋଲି କହନ୍ତି ଖଗେଶ୍ୱର ।

Leave A Reply

Your email address will not be published.