ଗଞ୍ଜାମ ବ୍ଲକ ସ୍ତରୀୟ ମେଗା ସମନ୍ୱୟ ଋଣମେଳା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ବ୍ଲକ ସ୍ତରୀୟ ମେଗା ସମନ୍ୱୟ ଋଣମେଳା ଅନୁଷ୍ଠିତ ହୋଇଯାଇଛି । ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ୪୧୨ଟି ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ ୯ ଗୋଟି ବ୍ୟାଙ୍କ ଖାତା ମାଧ୍ୟମରେ ୧୦ କୋଟି ୧୭ ଲକ୍ଷ ଟଙ୍କାର ଅନୁଦାନ ରାଶି ପ୍ରଦାନ କରିଥିଲେ ଏବଂ ଏହି ଋଣର ସଦ୍‌ବ୍ୟବହାର, ଉପକାରୀତା ଓ ଆତ୍ମନିର୍ଭରଶୀଳତା ଉପରେ ପ୍ରତିପାଦନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଗୋଷ୍ଠୀ ଉନ୍ନୟନ ଅଧିକାରୀଣୀ ମୀସ୍ ମଧୁମିତା(ଆଇ.ଏ.ଏସ.), ଗଞ୍ଜାମ ବ୍ଲକ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକ, ସମ୍ମନିତ୍ୱ ଶିଶୁ ବିକାଶ ଯୋଜନା ଅଧିକାରୀଣୀ ସଲୀଳା ପ୍ରଧାନ, ମିଶନ ଶକ୍ତି ବିଭାଗର ଜଳନ୍ଧର ମହାରଣା ଓ ପ୍ରମୁଖ ବ୍ୟାଙ୍କର ଶାଖାପରିଚାଳକ, ପଦାଧିକାରୀ ପ୍ରମୁଖ ଏହି ମେଳାରେ ଯୋଗଦେଇ ମହିଳା ଆତ୍ମ ସହାୟିକା ଗୋଷ୍ଠୀଙ୍କୁ ବିଭିନ୍ନ ମାର୍ଗ ଦର୍ଶନ କରାଇଥିଲେ ।

Leave A Reply

Your email address will not be published.