ଆଜିଠୁୁ କାନାରା ବ୍ୟାଙ୍କର ୨ ଦିନିଆ ଋଣମେଳା

ଭୁବନେଶ୍ୱର : କାନାରା ବ୍ୟାଙ୍କର ଆଞ୍ଚଳିକ କାର୍ଯ୍ୟାଳୟ ଭୁବନେଶ୍ୱର ପକ୍ଷରୁ ଶୁକ୍ରବାରଠାରୁ ଏକ ୨ଦିନିଆ ମେଗା ଋଣମେଳାର ଆୟୋଜନ କରାଯାଉଛି । ଏ ସମ୍ପର୍କରେ ବ୍ୟାଙ୍କର ଜେନେରାଲ ମ୍ୟାନେଜର ବି.ଏଲ୍‌. ମୀନା ବିସ୍ତୃତ ଭାବେ ସୂଚନା ପ୍ରଦାନ କରିଛନ୍ତି । କାନାରା ବ୍ୟାଙ୍କର ମୁଖ୍ୟ ହିତାଧିକାରୀ ଓ ଗ୍ରାହକମାନଙ୍କ ପାଇଁ ଏହା ସର୍ବାଧିକ ଲାଭ ପ୍ରଦାନ କରିବ । ଏପରିକି ଉକ୍ତ ମେଳାରେ ଆଶାୟୀ ଗ୍ରାହକମାନେ ବିପୁଳ ସଂଖ୍ୟାରେ ଯୋଗଦାନ କରିବେ । ବିଶେଷ କରି ଗ୍ରାହକମାନେ ନିଶ୍ଚିତ ଭାବେ କାନାରା ବ୍ୟାଙ୍କର ଏହି ‘ରିଟେଲ୍‌ ଉତ୍ସବ ଅଫର’ର ସମ୍ପୂର୍ଣ୍ଣ ଫାଇଦା ଉଠାଇବେ ବୋଲି ମୀନା ମତପ୍ରକାଶ କରିଛନ୍ତି ।

Leave A Reply

Your email address will not be published.