om academy

ପାଟଣାଗଡରେ ମିଶନ ଶକ୍ତି ଋଣମେଳା

jsm

ପାଟଣାଗଡ (କେପିଏନ୍‌ଏସ୍‌) : ପାଟଣାଗଡ ବ୍ଲକ ମିଶନ ଶକ୍ତିର ଋଣମେଳା ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ବ୍ୟାଙ୍କ ଅଫ୍‌ ବରୋଦା ଶାଖାରେ ଅନୁଷ୍ଠିତ ମେଳାରେ ପାଟଣାଗଡ ଅନ୍ତର୍ଗତ ବହୁ ଏସ୍‌ଏଚ୍‌ଜିର ସଦସ୍ୟା ଯୋଗ ଦେଇଥିଲେ । ପ୍ରଥମ ପର୍ୟ୍ୟାୟରେ ୮ଟି ଏସ୍‌ଏଚ୍‌ଜିକୁ ୧୮ ଲକ୍ଷ ଟଙ୍କା ଋଣ ଦିଆଯାଇଥିଲା । ଏଥିରେ ବ୍ୟାଙ୍କ ଅଫ୍‌ ବରୋଦା ଶାଖା ପରିଚାଳକ ସଂଗମରାମ ପତି, ଫିଲ୍ଡ ଅଫିସର ଧୃବ ପଟେଲ, ମିଶନ ଶକ୍ତି ସଂଯୋଜକ ବିଭୁତିଭୂଷଣ ମିଶ୍ର, ଅଫିସ ଆସିଷ୍ଟାଣ୍ଟ ବିଶ୍ୱଜିତ ମେହେର ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.