oum

ନୂଆଁଖାଇର ପ୍ରଥମ ସୋପାନ ରୋଗ ବାଗ ଦୂର ଲାଗି ରୁଗିବଲା ପର୍ବ ପାଳିତ

jsm

ସଇଁନ୍ତଲା, (ଅଜିତ କୁମାର ସାହୁ) : ପଶ୍ଚିମ ଓଡିଶାର କୃଷି ଭିତ୍ତିକ ଗଣପର୍ବ ନୂଆଁଖାଇକୁ ବାକି ରହିଲା ଆଉ ମାତ୍ର ୪ ଦିନ । ଏଥିପାଇଁ ଗାଁ ଗହଳିରେ ଏବେଠାରୁ ଦେଖାଦେଲାଣି ଭିନ୍ନ ଏକ ଉଷ୍ମତା । ଘର ଦୁଆର ସଫାସୁତୁରା, ଲିପାପୋଛା ସାଙ୍ଗକୁ ଘର ଜିନିଷ ଧୁଆ ଧୋଇରେ ଲାଗି ପଡିଲେଣି ଲୋକେ । ପ୍ରାକ ନୂଆଁଖାଇ ରୀତିନୀତି ମଧ୍ୟ ଆରମ୍ଭ ହୋଇଗଲାଣି । ଆଦିବାସୀ ଅଧୁସିତ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଘୁନସର ଗାଁରେ ଆଦିବାସୀ ପରମ୍ପରା ପ୍ରଚଳିତ ରୁଗିବଲା ପର୍ବ ନୂଆଁଖାଇର ପ୍ରଥମ ସୋପାନ ବୋଲି ବିବେଚନା କରାଯାଏ । ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ଆଜି ରୁଗିବଲା ପର୍ବ ଆଦିବାସୀ ରୀତିନୀତି ଅନୁଯାୟୀ ସମ୍ପର୍ଣ୍ଣ ହୋଇଯାଇଛି । ଗାଁରୁ ସବୁ ରୋଗ ନିରାକରଣ ପାଇଁ ଏହି ରୁଗିବଲା ପର୍ବ ପାଳିତ ହୋଇଥାଏ । ଗାଁର ଉମରା ମେଘନାଦ ସିଂ ମାଝୀ ଓ ପ୍ରଭାକର ମାଝୀ ସ୍ୱତନ୍ତ୍ର ପୂଜା କରିଥିଲେ । ଗାଁର ପ୍ରତି ପରିବାରରୁ ସଂଗୃହୀତ ଖଇ, ଫୁଲ, ଧୂପ, ଧରଣୀ ପୀଠରେ ପହଞ୍ଚିବା ପରେ ବୃଦ୍ଧ ବ୍ୟକ୍ତିମାନେ ଝାଙ୍କର ସହ ଗାଁର ଶେଷ ମୁଣ୍ଡକୁ ଯାଇଥିଲେ । ସେଠାରେ ଗାଁର ଅନ୍ୟାନ୍ୟ ଦେବାଦେବୀଙ୍କୁ ପୂଜାର୍ଚ୍ଚନା କରି ଗାଁରୁ ରୋଗ ସବୁ ଉଭେଇଯାଉ, ହସଖୁସିରେ ଲୋକେ ନୂଆଁ ଖାନ୍ତୁ ବୋଲି ଝାଙ୍କର ସମେତ ଉପସ୍ଥିତ ବୟୋଜ୍ୟେଷ୍ଠ ବ୍ୟକ୍ତିମାନେ କହିଥିଲେ ।

Leave A Reply

Your email address will not be published.