ମୁଣ୍ଡାପଲାରେ ବିଧାୟକ ସରୋଜଙ୍କ ଦ୍ଵାରା ନବନିର୍ମିତ ରୋଷେଇ ଘର ଉଦଘାଟିତ

ପାଟଣାଗଡ, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ପାଟଣାଗଡ ବ୍ଲକ ଅନ୍ତର୍ଗତ ଭଇଁଷା ପଞ୍ଚାୟତର ମୁଣ୍ଡାପଲା ଠାରେ ଆମ ଗାଁ ଆମ ବିକାଶ ଫଣ୍ଡରୁ ଚାରି ଲକ୍ଷ ଟଙ୍କା ବ୍ୟୟରେ ନବନିର୍ମିତ ରୋଷେଇ ଘରକୁ ପାଟଣାଗଡ ବିଧାୟକ ସରୋଜ କୁମାର ମେହେର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିବା ସହ ସ୍ଥାନୀୟ ଲୋକଙ୍କ ବିଭିନ୍ନ ସମସ୍ୟା ବୁଝିଛନ୍ତି । ଏହି ଅବସରରେ ଝାଙ୍କରପାଲି, ମଛିଣାଛାପର ଏବଂ ଝପଟୁପାଲି ଗ୍ରାମରେ ବିଜେଡିର ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଧାୟକଙ୍କ ପ୍ରତିନିଧି ହିମାଞ୍ଚଳ ପଧାନଙ୍କ ସହିତ ବିଜେଡି ଉପ ସଭସପାତି ହିମାଂଶୁ ଶେଖର ବେହେରା, ପ୍ରଦୀପ ମେହେର, ଭଇଁଷା ପଞ୍ଚାୟତର ସଭାପତି ଜଗନ୍ନାଥ ଖରସେଲ, ଲକ୍ଷ୍ମୀଧର ପଧାନ, ସୁଧିର ନାଏକ, ପଦ୍ମଲୋଚନ ସଳତର, କମଲ କୁମ୍ଭାର, ଭାନୁପ୍ରିୟା ନାଏକ, ସୁଜାତା ପଧାନ, ପ୍ରଦୀପ ସାହୁ, ଜୁବୁଲାଲ ଭୁଏ, ନିରଞ୍ଜନ ବାଗ, ଶୁକଦେବ ବନ୍‌ଛୋର, ସୁଶିଳ ବଗତ୍‌ର୍ତ୍ତି, ନବୀନ କିଶୋର ଛାତ୍ରିଆ, ଧୁବେ ମିର୍ଧା, ପୂରନ୍ଦର ସାହୁ, ଯଦୁମଣି ସାହୁ, ଅଶୋକ ବେମାଲ, ପିଣ୍ଟୁ ବଗତ୍‌ର୍ତ୍ତି, ଲୀଳାନ୍ଦ୍ରି ନାଗ, ଜୁବୁଲାଲ କୁମ୍ଭାର ପ୍ରମୁଖ ବହୁ କର୍ମୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.