ଭୁବନେଶ୍ୱର, (କେପିଏନ୍ଏସ୍) : ଗୁଜରାଟରେ ଚାଲିଥିବା ୩୬ତମ ନ୍ୟାଶନାଲ ଗେମ୍ସରେ ଓଡ଼ିଶା ମଙ୍ଗଳବାର ୩ଟି ପଦକ ଜିତିବାରେ ସମର୍ଥ ହୋଇଛି । କାୟାକିଂ ମହିଳା କେ-୧ ୨୦୦ମିଟରରେ ଓଇନାମ ବିଦ୍ୟା ଦେବୀ ଓ ପୁରୁଷ କେ-୧, ୨୦୦ ମିଟରରେ ଟମ୍ଥିଲ୍ଙ୍ଗାବା ଟମ୍ଥିଲ୍ଙ୍ଗାବା ଏଙ୍ଗାସେପମା ଏବଂ ମହିଳା ସି-୧, ୨୦୦ ମିଟରରେ ଲିଚୋଙ୍ଗବାମ୍ ନେହା ଦେବୀ ଗୋଟିଏ ଲେଖାଏଁ ରୌପ୍ୟ ଜିତିଥିଲେ ।
ଚାମ୍ପିୟନଶିପ୍ରେ ଓଡ଼ିଶା ଦଳ ୪ ସ୍ବର୍ଣ୍ଣ, ୧୧ ରୌପ୍ୟ ଓ ୧୧ ବ୍ରୋଞ୍ଜ ସମେତ ମୋଟ ୧୫ ପଦକ ସହ ଏହାର ଅଭିଯାନ ଶେଷ କରିଛି । କୌଣସି ନ୍ୟାଶନାଲ ଗେମ୍ସରେ ଓଡ଼ିଶାର ଏହା ସର୍ବାଧିକ ପଦକ । ଓଡ଼ିଶା ଅଲିମ୍ପିକ ଆସୋସିଏଶନ (ଓଓଏ) ସାଧାରଣ ଅଭିଜିତ୍ ପାଲ ନ୍ୟାଶନାଲ ଗେମ୍ସରେ ସଫଳତା ପାଇଁ ରାଜ୍ୟ ମୁଖ୍ୟମନ୍ତ୍ରୀ, ନବୀନ ପଟ୍ଟନାୟକ, କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା, ରାଜ୍ୟ ଯୁବସେବା ଓ କ୍ରୀଡ଼ା ବିଭାଗ କମିଶନର ତଥା ସଚିବ ଆର୍. ଭିନିଲ କ୍ରିଷ୍ଣାଙ୍କ ସମେତ କ୍ରୀଡ଼ା ବିଭାଗ କର୍ମଚାରୀଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି ।