ଗୁଡିଘାଟ ଛକରେ ବିଧାୟକଙ୍କ ଦ୍ଵାରା ଅଶୋକ ସ୍ତମ୍ଭ ପ୍ରତିମୂର୍ତ୍ତି ଉନ୍ମୋଚନ ଓ ବାବେଜୁରୀ ପାର୍କରେ ବୃକ୍ଷରୋପଣ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ବିଧାୟକ ଲକ୍ଷ୍ମଣ ବାଗଙ୍କ ଦ୍ଵାରା ଆଜି ୭୯ତମ ସ୍ଵାଧୀନତା ଦିବସରେ ମୁରିବାହାଲ ବ୍ଲକ ଗୁଡିଘାଟ ପଞ୍ଚାୟତ ସଦରମହକୁମାର କଣ୍ଟାବାଞ୍ଜି, ଟିକ୍ରାପଡା ଓ ମୁରିବାହାଲକୁ ସଂଯୋଗ କରୁଥିବା ଛକଠାରେ ନବନିର୍ମିତ ଅଶୋକ ସ୍ତମ୍ଭ ପ୍ରତିମୂର୍ତ୍ତି ଉନ୍ମୋଚନ ହୋଇଥିଲା । ଏହାପରେ ବିଧାୟକ ଶ୍ରୀ ବାଗ ବାବେଜୁରୀ ହରଗୌରୀ ମନ୍ଦିର ସମ୍ମୁଖରେ ନିର୍ମାଣାଧୀନ ପାର୍କ ଠାରେ’ ମାଁ ପାଇଁ ଗଛଟିଏ ‘ କାର୍ଯ୍ୟକ୍ରମରେ ଯୋଗଦେଇ ବୃକ୍ଷରୋପଣ କରିଥିଲେ । ଗୁଡିଘାଟ ସରପଞ୍ଚ ରଶ୍ମିତା ବାଗଙ୍କ ସଭାପତିତ୍ୱରେ ତଥା ପ୍ରତ୍ୟେକ୍ଷ ତତ୍ଵାବଧାନରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମଗୁଡ଼ିକରେ ବ୍ଲକ ଅଧ୍ୟକ୍ଷ ହରିବନ୍ଧୁ ମେହେର, ବିଡ଼ିଓ ବାସନ୍ତୀ ସେଠୀ, ସମିତି ସଭ୍ୟା ପୂଣ୍ୟ ହରପାଲ, ନାଏବ ସରପଞ୍ଚ ଜ୍ୟୋସ୍ନା ମାଝୀ, ୱାର୍ଡ ସଭ୍ୟା ଧନମତି ବାଗ, ଗୌରୀ ମାଝୀ, ସଂଯୁକ୍ତା ନାଗ, ପଞ୍ଚାୟତ ପିଇଓ ପ୍ରକାଶ କୁମାର ପନିକା ପ୍ରମୁଖ ସମ୍ମାନୀତ ଅତିଥି ରୂପେ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମରେ ପଞ୍ଚାୟତର ୱାର୍ଡ ସଭ୍ୟସଭ୍ୟା, ଦଳୀୟ କର୍ମୀଙ୍କ ସମେତ ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ । ଗୁଡିଘାଟ ସରପଞ୍ଚ ଶ୍ରୀମତୀ ବାଗ ସବୁବେଳେ ଉନ୍ନତି ମୂଳକ କାର୍ଯ୍ୟକ୍ରମ କରି ପଞ୍ଚାୟତର ବିକାଶ ଧାରାକୁ ଆଗେଇ ନେଉଥିବାରୁ ବିଧାୟକଙ୍କ ସହ ଅଞ୍ଚଳବାସୀ ତାଙ୍କୁ ଭୂରି ଭୂରି ପ୍ରଶଂସା କରିଛନ୍ତି ।

jittmm
Leave A Reply

Your email address will not be published.