ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ସାମାଜିକ ସାଂସ୍କୃତିକ ଅନୁଷ୍ଠାନ ବସୁଧୈବ କୁଟୁମ୍ବକମ ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ବାସନ୍ତି କଲୋନୀ ସ୍ଥିତ ସରକାରୀ ହାଇସ୍କୁଲ ଠାରେ ଅନୁଷ୍ଠାନର ସଭାପତି ବିଜୟଲକ୍ଷ୍ମୀ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉତ୍ସବରେ ମୁନିସିପାଲ ମହାବିଦ୍ୟାଳୟର ରାଜନୀତି ବିଜ୍ଞାନର ଅଧ୍ୟାପିକା ବିଜୟଲକ୍ଷ୍ମୀ ଦେଓ ମୁଖ୍ୟଅତିଥି ଓ ସମ୍ମାନିତ ବକ୍ତା ରୂପେ ଶିକ୍ଷାବିତ ବ୍ରଜେନ୍ଦ୍ର ଦାଶ ଯୋଗ ଦେଇ ବୃକ୍ଷ ରୋପଣ, ଏହାର ଯତ୍ନ କିପରି ନେବା, ବୃକ୍ଷର ଆବଶ୍ୟକତା ଉପରେ ନିଜର ବକ୍ତବ୍ୟ ରଖିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ କଲ୍ୟାଣୀ ବିଶ୍ୱାଳ ଅତିଥିମାନଙ୍କୁ ସ୍ୱାଗତ କରିଥିଲେ ଓ ସଂପାଦକ ଅନିଲ ଦାଶ ସଂଯୋଜନା କରିଥିବା ବେଳେ ଆବାହକ ହରିହର ଶତପଥି ଆଭିମୁଖ୍ୟ ପ୍ରଦାନ କରିଥିଲେ । ପିଲାମାନଙ୍କୁ ନେଇ ଏକ ବକ୍ତବ୍ୟ ପ୍ରତିଯୋଗିତା କରାଯାଇ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ସର୍ବଶ୍ରୀ ବସନ୍ତ ହଂସ, ଅପର୍ଣ୍ଣା ସାହୁ, ମମତା ସାମଲ, ରୂପକ କୁମାର ପାତ୍ର ଓ ଅନୁଷ୍ଠାନର ସଭ୍ୟ ସଚ୍ଚିକାନ୍ତ ବିଶ୍ଵାଳ, ସୂର୍ଯ୍ୟକାନ୍ତ ପଣ୍ଡା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
