jayashree

ଉତ୍ତମ ଶିକ୍ଷା ଓ ଯୁବକଙ୍କୁ ରୋଜଗାର ପାଇଁ କଂଗ୍ରେସକୁ ଭୋଟ ଦିଅନ୍ତୁ – ସମରେନ୍ଦ୍ର

  • ଯୁବକଙ୍କୁ ସ୍ୱାବଳମ୍ବୀ ଓ ରୋଜଗାରକ୍ଷମ କରିବ କଂଗ୍ରେସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ବିଧାନସଭା ନିର୍ବାଚନ ମଣ୍ଡଳୀ ଦେଓଗାଁ ବ୍ଲକ ଅନ୍ତର୍ଗତ ବିଭିନ୍ନ ଅଂଚଳରେ କଂଗ୍ରେସ ବିଧାୟକ ପ୍ରାର୍ଥୀ ସମରେନ୍ଦ୍ର ମିଶ୍ର ମାରାଥନ୍‌ ନିର୍ବାଚନ ପ୍ରଚାର କରିଛନ୍ତି । ରୂପାନ୍ତରିତ ନାଁରେ ଆମ ଛାତ୍ରଛାତ୍ରୀମାନଙ୍କୁ ସରକାର ସବୁବେଳେ ପ୍ରତାରଣ ଦେଇ ଆସୁଛନ୍ତି । ଶିକ୍ଷାନୁଷ୍ଠାନରେ ରଙ୍ଗ ବୋଳି ଦେଲେ ଶିକ୍ଷାର ବିକାଶ ହୁଏ ନାହିଁ, ବରଂ ଶିକ୍ଷାନୁଷ୍ଠାନର ବିକାଶ ପାଇଁ ଉତ୍ତମ ଶିକ୍ଷକ ନିହାତି ଦରକାର । କିନ୍ତୁ ବିଡମ୍ବନାର ବିଷୟ ଶିକ୍ଷାନୁଷ୍ଠାନଗୁଡିକରେ ଶିକ୍ଷକଙ୍କ ଅଭାବ ରହିଛି । ସରକାର ପ୍ରକୃତ ଶିକ୍ଷାକୁ ଗୁରୁତ୍ୱ ଦେବା ପରିବର୍ତ୍ତେ ମନୋରଂଜନ ଧର୍ମୀ କାର୍ଯ୍ୟକ୍ରମ ପାଇଁ ସାମୟିକ ଅନୁଦାନ ଦ୍ୱାରା ଆମ ପିଲାଙ୍କ ଶୈକ୍ଷିକ ପରିବେଶ ଧୀରେ ଧୀରେ ନଷ୍ଟ ହେବାରେ ଲାଗିଛି । ଛାତ୍ରଛାତ୍ରୀ ପାଠ ପଢିସାରିଲା ପରେ ଅନ୍ୟ ରାଜ୍ୟକୁ କାର୍ଯ୍ୟ ଅନ୍ୱେଷଣରେ ଚାଲିଯାଉଛନ୍ତି । ଆମ ଏଠି ସବୁ ସୁବିଧା ଥାଇ ମଧ୍ୟ ଶିଳ୍ପ ଓ କଳକାରଖାନାର ଅଭାବ ରହିଛି । ତେଣୁ ବାଧ୍ୟ ହୋଇ ଅନ୍ୟ ଉପାୟ ନପାଇ ତେଲେଙ୍ଗାନା, ତାମିଲନାଡୁ, ଗୁଜୁରାଟ ଭଳି ରାଜ୍ୟକୁ ଦାଦନ ଖଟି ଯାଉଛନ୍ତି । ତେଣୁ ଆଗାମୀ ୨୦ ତାରିଖ ନିର୍ବାଚନରେ ଲୋକେ କଂଗ୍ରେସକୁ ହାତ ଚିହ୍ନରେ ଭୋଟ ଦିଅନ୍ତୁ କାରଣ କଂଗ୍ରେସ ହିଁ ଏକମାତ୍ର ବିକଳ୍ପ ଯିଏ କି ଏ ଅଂଚଳରେ ଆମ ଛାତ୍ର ଓ ଯୁବକମାନଙ୍କ ପାଇଁ ଉତ୍ତମ ଶିକ୍ଷା ସହ ରୋଜଗାର ପ୍ରଦାନ କରିବ ବୋଲି ଆଜି ଦେଓଗାଁ ଅଂଚଳରେ ଭୋଟ ପାଇଁ ମାରାଥନ ପ୍ରଚାର ବେଳେ ନୁଆପାଲି, ରୁଗୁଡିପାଲି, ଅର୍ଜୁନପୁର ଓ ଗୌରଗୋଠ ଠାରେ ଅନୁଷ୍ଠିତ ଜନ ଆଶୀର୍ବାଦ ସଭାରେ ବଲାଙ୍ଗିର ବିଧାନସଭା ନିର୍ବାଚନ ମଣ୍ଡଳୀ କଂଗ୍ରେସ ବିଧାୟକ ପ୍ରାର୍ଥୀ ସମରେନ୍ଦ୍ର ମିଶ୍ର ନିଜ ବକ୍ତବ୍ୟରେ କହିଛନ୍ତି । ଏହି ପରିପ୍ରେକ୍ଷୀରେ ସେ ଆହୁରି ମଧ୍ୟ କହିଛନ୍ତି ଯେ, ରାଜ୍ୟ ସରକାର ଦେଓଗାଁର ଯୁବକ ଛାତ୍ରମାନଙ୍କୁ ସବୁବେଳେ ଅଣଦେଖା କରି ଆସୁଛନ୍ତି । କଂଗ୍ରେସ ସରକାର ଅମଳରେ ଆରମ୍ଭ ହୋଇଥିବା ବିଜୟାନନ୍ଦ ଚିନିକଳ ଯେଉଁଥିରେ ଏ ଅଂଚଳର ଅନେକ ଯୁବକ, ଯୁବତୀ ନିଯୁକ୍ତି ପାଇଥିଲେ ତା ସହ ଏ ଅଂଚଳର ଆଖୁ ଚାଷୀମାନେ ଆଖୁ ଚାଷ କରି ଉପକୃତ ହେଉଥିଲେ । ଏହି ବିଜେଡି ସରକାର ଅମଳରେ ତାହାକୁ ଦେବାଳିଆ କରି ବନ୍ଦ କରି ଦିଆଯାଇଛି । ଅନେକ ଦାବି ଓ ଆନ୍ଦୋଳନ ପରେ ମଧ୍ୟ ସରକାର ଯୁବକ ଓ କୃଷକଙ୍କ ଦାବିକୁ କର୍ଣ୍ଣପାତ କରୁନାହାନ୍ତି ଓ ଚିନିକଳ ପୁନରୁଦ୍ଧାର ଦିଗରେ ଉଦ୍ୟମ କରୁନାହାନ୍ତି । ଏଣୁ ଆସନ୍ତା ନିର୍ବାଚନରେ ବିଜେଡି ଦଳକୁ ଏ ଅଂଚଳର ଛାତ୍ର, ଯୁବକ ଓ କୃଷକ ବହୁ ପରିମାଣରେ ପ୍ରତ୍ୟାଖାନ କରନ୍ତୁ ବୋଲି ନିଜ ବକ୍ତବ୍ୟରେ ବିଧାୟକ ପ୍ରାର୍ଥୀ ସମରେନ୍ଦ୍ର କହିଛନ୍ତି । ସଭାମାନଙ୍କରେ ଉପସ୍ଥିତ ବଲାଙ୍ଗିର ବିଧାୟକ ବିଧାୟକ ନରସିଂହ ମିଶ୍ର କହିଛନ୍ତି, ଯଦି କଂଗ୍ରେସ ସରକାରକୁ ଆସେ ତେବେ କଂଗ୍ରେସ ପକ୍ଷରୁ ଦିଆଯାଇଥିବା ଗ୍ୟାରେଣ୍ଟି କଡ଼ାକଡ଼ି ଭାବେ ପାଳନ କରାଯିବ । ଏଣୁ ବଲାଙ୍ଗିର ବିଧାୟକ ପ୍ରାର୍ଥୀ ସମରେନ୍ଦ୍ର ଓ ସାଂସଦ ପ୍ରାର୍ଥୀ ମନୋଜଙ୍କୁ ହାତ ଚିହ୍ନରେ ଭୋଟ ଦେବା ପାଇଁ ଜନସାଧାରଣଙ୍କୁ ସେ ନିବେଦନ କରିଛନ୍ତି ।

Leave A Reply

Your email address will not be published.