ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟ ରୋଗୀ କଲ୍ୟାଣ ସମିତିର କାର୍ଯ୍ୟକାରୀ କମିଟିର ବୈଠକ ପଦ୍ମପୁର ଉପଜିଲ୍ଲାପାଳ ତ୍ରିଲୋଚନ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଉପଖଣ୍ଡ ଚିକିତ୍ସାଧୀକାରୀ ଡ. ତହସିଲ ସାହୁ ଉପସ୍ଥିତ ସଦସ୍ୟ ମାନଙ୍କୁ ସ୍ବାଗତ ଜଣାଇବା ସହିତ ଉପଖଣ୍ଡର ସୁବିଧା ଅସୁବିଧା ଉପରେ ଆଲୋଚନା କରିବା ସହିତ ପଦ୍ମପୁର ସହରାଞ୍ଚଳରେ ୧୮ରୁ ୪୪ ବର୍ଷ ବୟସ୍କ ବ୍ୟକ୍ତି ମାନଙ୍କୁ ଖୁବଶୀଘ୍ର କୋଭିଡ ଟୀକାକରଣ ନିଷ୍ପତ୍ତିର ସୂଚନା ପ୍ରଦାନ କରିଥିଲେ । ବୈଠକରେ ନିଆଯାଇଥିବା ଅନ୍ୟାନ୍ୟ ନିଷ୍ପତ୍ତି ମଧ୍ୟରେ ଚିକିତ୍ସାଳୟ ପରିସରରେ ଡ୍ରେନେଜ ସିଷ୍ଟମର ମରାମତି ଚିକିତ୍ସାଳୟ ସମ୍ମୁଖରେ ପ୍ରବେଶ ଏବଂ ପ୍ରସ୍ଥାନ ପାଇଁ ଦୁଇ ଗୋଟି ଗେଟ୍ ନିର୍ମାଣ ତଥା ଅନ୍ୟାନ୍ୟ ଆନୁସଙ୍ଗିକ ଦ୍ରବ୍ୟ କ୍ରୟ, ପାର୍କିଂ ସେଟ୍ ନିର୍ମାଣ ପ୍ରଭୃତି ଅନ୍ତର୍ଭୁକ୍ତ ଥିଲା । ଉକ୍ତ ବୈଠକରେ ପଦ୍ମପୁର ଏନଏସି ନିର୍ବାହୀ ଅଧିକାରୀ ଜୟନ୍ତ ସାହୁ, ସମନ୍ଵିତ ଶିଶୁ ବିଭାଗ ପ୍ରକଳ୍ପ ଅଧିକାରୀ ଶ୍ରୀମତୀ ସୁନୀତି ଦେବତା, ପଦ୍ମପୁର ଆଇଆଇସି ରାଜେନ୍ଦ୍ର ସିଆଲ, ଡ. ଜିପିଏସ ମିଶ୍ର, ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ, ଆଡଭୋକେଟ ଚିନ୍ମୟ ପଣ୍ତା ଓ ଆଶିଷ ମିଶ୍ର, ହସିପିଟାଲ ମେନେଜର ଦିବ୍ୟ କିଶୋର ମେହେର, ସମାଜସେବୀ ନିରୋଜ ଦୋରା, ଏବିଇଓ ବିପିନ ବିହାରୀ ମିଶ୍ର ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।