ଖଟିଆରେ ବୁହା ହେଲେ ରୋଗୀ

ମ.ରାମପୁର, (ହେମନ୍ତ ସାହୁ) : ରାସ୍ତା ନ ଥିବାରୁ ଖଟିଆରେ ବୁହା ହେଲେ ରୋଗୀ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଳକର ଆଦିବାସୀ ଅଧ୍ୟୁଷିତ ଲୁବେନଗଡ ପଞ୍ଚାୟତ ରେ । ସୂଚନା ଅନୁସାରେ ଆଜି ଏହି ପଞ୍ଚାୟତ ଅଧିନସ୍ଥ ଟୁଡାପଡା ଗ୍ରାମର ମିନନ୍ତି ମାଝୀଙ୍କୁ ଭୀଷଣ ଜ୍ୱର ହେବାରୁ ତାକୁ ମ.ରାମପୁର ଡାକ୍ତରଖାନାକୁ ଚିକିତ୍ସା ପାଇଁ ୧୦୮ ଆମ୍ବୁଲାନ୍ସକୁ ଫୋନ୍ କରାଯାଇଥିଲା । ହେଲେ କାଉପଦର ଗାଁ ଠାରୁ ଟୁଡାପଡା ପର୍ଯ୍ୟନ୍ତ ଭଲ ରାସ୍ତା ନଥିବାରୁ ୧୦୮ ଆମ୍ବୁଲାନ୍ସ ଆସି କାଉପଦର ଗାଁରେ ଅଟକି ଥିଲା । ପରେ ମିନନ୍ତି ମାଝୀକୁ ଗାଁ ଓ ସଂପର୍କୀୟ ଖଟ ଦୋଳା କରି ୨ କିଲୋମିଟର ପର୍ଯ୍ୟନ୍ତ ରାସ୍ତା ବୋହି କାଉପଦର ଗାଁ ପାଖକୁ ନେଇଥିଲେ । ସେଠାରୁ ୧୦୮ଆମ୍ବୁଲାନ୍ସ ଯୋଗେ ମ.ରାମପୁର ଡାକ୍ତରଖାନାରକୁ ନିଆଯାଇଥିଲା । ମ.ରାମପୁର ବ୍ଳକର ଦୁର୍ଗମ ଅଞ୍ଚଳର ବିଭିନ୍ନ ଗାଁରେ ଭଲ ରାସ୍ତା ନଥିବାରୁ ଅନେକ ସମୟରେ ଏଭଳି ଘଟଣା ଦେଖିବାକୁ ମିଳୁଛି ।

Leave A Reply

Your email address will not be published.