ହୋଣ୍ଡା ସୋରୁମ୍‌ ଆଗରେ ରୋଡ଼ ତଳକୁ ଖସିଗଲା ହୋଣ୍ଡା କମ୍ପାନୀର କାର୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ସମ୍ବଲପୁର-ବଲାଙ୍ଗିର ୨୬ ନମ୍ବର ନେସ୍‌ନାଲ୍‌ ହାଇୱେ ସତ୍ୟନାରାୟଣ ପଡ଼ାଠାରେ ଥିବା ହୋଣ୍ଡା ସୋରୁମ୍‌ ଆଗରେ ଏକ ହୋଣ୍ଡା କମ୍ପାନୀର କାର୍‌ (ଓଡ଼ି ୨୮ ୭୯୭୮) ଦୁର୍ଘଟଣାଗ୍ରସ୍ତ ହୋଇଥିବା ଖବର ମଳିଛି । ଦେଖଣାହାରୀଙ୍କ କହିବାନୁସାରେ କାର୍‌ଟି ସମ୍ବଲପୁର ପଟୁ ଆସୁଥିବା ବେଳେ ସତ୍ୟନାରାୟଣ ପଡ଼ାଠାରେ ଥିବା ହୋଣ୍ଡା ସୋରୁମ୍‌ ଆଗରେ ଅନ୍ୟ ଗାଡ଼ିଗୁଡ଼ିକୁ ସାଇଡ଼୍‌ ଦେବାକୁ ଯାଇ ରାସ୍ତା ତଳକୁ ଖସିଯାଇଥିଲା । କାର୍‌ରେ ଥିବା ଯାତ୍ରୀମାନଙ୍କର ଅବସ୍ଥା ସୁରକ୍ଷିତ ଥିବା ବେଳେ ଘଟଣା ସଂପର୍କରେ ବଲାଙ୍ଗିର ଟାଉନ ଥାନା ପୋଲିସ ଖବର ପାଇ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି । ଅନ୍ୟପଟେ କାର୍‌ରେ କିଏ କିଏ ଥିଲେ ଏ ଯାଏଁ ଜଣାପଡ଼ି ନାହିଁ ।

Leave A Reply

Your email address will not be published.