କୋରାପୁଟ, (ସୁନାମ ହନ୍ତାଳ) : ସେମିଳିଗୁଡା ବ୍ଲକ ଅନ୍ତର୍ଗତ ଦୁଧାରୀ ପଞ୍ଚାୟତର ପୁଟସିଲ ଓ ଫୁଲବନ୍ଧ ମଧ୍ୟରେ ଥିବା ପର୍ବତ ଗିର୍ଲିମାଳି ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟ ଦୃଷ୍ଟିରୁ ଓଡ଼ିଶା ସରକାର ଗତ କିଛି ବର୍ଷ ପୂର୍ବେ ଏହାକୁ ପର୍ଯ୍ୟଟନ ସ୍ଥଳିର ମାନ୍ୟତା ଦେଇଥିଲେ । ଏଥିସହ ଏଠାକୁ ବିଦେଶୀ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବା ଲାଗି ଇକୋ ଟୁରିଜିମ୍ ମାଧ୍ୟମରେ ଇକୋ ରିଟ୍ରିଟ୍ ଗଢିଉଠିଛି । ଜିଲ୍ଲା ପ୍ରଶାସନ ଓ ପର୍ଯ୍ୟଟନ ବିଭାଗର ମିଳିତ ଉଦ୍ୟମରେ ରବିବାର ଦିନ ଇକୋ ରିଟ୍ରିଟ୍ର ଉଦ୍ଘାଟନ ହୋଇଯାିଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କୋରାପୁଟ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ ଯୋଗଦେଇ ଏହାର ଉଦ୍ଘାଟନ କରିଥିଲେ ଏବଂ ରାଜ୍ୟ ସରକାରଙ୍କ ତରଫରୁ ଗିର୍ଲିମାଳୀ ପାହାଡ଼କୁ ସନ୍ଦର୍ଯ୍ୟର ଉନ୍ନତିକରଣ କରାଯିବ ବୋଲି ସ୍ଥାନୀୟ ବାସିନ୍ଦା ଓ ପର୍ଯ୍ୟଟକମାନଙ୍କୁ ସହଯୋଗ କରିବାକୁ ଜିଲ୍ଲାପାଳ ଅନୁରୋଧ କରିଥିଲେ । ଏହି ଉତ୍ସବରେ ସମ୍ମାନିତ ଅଥିତି ଭାବେ ପୂର୍ବତନ ପଟ୍ଟାଙ୍ଗି ବିଧାୟକ ପ୍ରଫୁଲ ପାଙ୍ଗି, ଜିଲ୍ଲାପରିଷଦ ସଭ୍ୟ ମୋହନ ଜାନି, ସରପଞ୍ଚ, ମାଧବ ନନ୍ଦୀବାଲି ସମିତି ସଭ୍ୟା, ସୁଷମା ପାଙ୍ଗି ଯୋଗଦେଇଥିଲେ । ଅନ୍ୟତମ ଅତିଥିମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଲଗ୍ନଜିତ ରାଉତ, ତହସିଲଦାର ଦେବବ୍ରତ କରାତେ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସ୍ୱରାଜ୍ୟ ସୀସା, ନନ୍ଦପୁର ଏସ୍ଡ଼ିପିଓ ସମ୍ବିତ କୁମାର ମାଝୀ, ସେମିଳିଗୁଡା ଥାନା ଅଧିକାରୀ ସଚିନ୍ଦ୍ର ପ୍ରଧାନଙ୍କ ସମେତ ଜିଲ୍ଲାର ବିଭିନ୍ନ ବିଭାଗୀୟ ଅଧିକାରୀ ଏବଂ ସ୍ଥାନୀୟ ବାସିନ୍ଦା ଉପସ୍ଥିତ ଥିଲେ । ସେମିଳିଗୁଡା ବିଡ଼ିଓ ଜସ୍ମିନ କୁମାର ପ୍ରଧାନ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ । ସୂଚନା ଥାଉ କି ଚଳିତ ବର୍ଷ ଗିର୍ଲିମାଳି ଖୋଲା ଯାଇଥିବା ଇକୋ ରିଟ୍ରିଟ୍ ଦିଲ୍ଲୀର ଏକ ସଂସ୍ଥାକୁ ମିଳିଛି ଓ ସର୍ବମୋଟ ୨୮ଟି କଟେଜ ନିର୍ମାଣ ହୋଇଯାିଛି । ସେଥିରେ ୫ଟି ପ୍ରିମିୟମ କଟେଜ ରହିଥିବା ବେଳେ ଅନ୍ୟ ୨୩ଟି ଡିଲକ୍ସ କଟେଜ ରହିଛି । ଏଥିରେ ପର୍ଯ୍ୟଟକଙ୍କୁ ୫ ତାରକା ହୋଟେଲର ସମସ୍ତ ସୁବିଧା ମିଳିବା ସହ ଖେଳକୁଦ ପାଇଁ ଆଚେରୀ, ରାଇଫେଲ ସୁଟିଂ, ସାଇକିଲିଙ୍ଗ, କେରେମ, ଭଲିବଲ, ବ୍ୟାଟମିଣ୍ଟନ ଆଦି ରହିବ ଓ ଏଟିଭି ବାଇକ ରାଡିଙ୍ଗ୍ ମଧ୍ୟ ରହିଛି । ପର୍ଯ୍ୟଟକଙ୍କ ମନୋରଞ୍ଜନ ସକାଶେ କୋରାପୁଟିଆ ସାଂସ୍କୃତିକ କାର୍ଯ୍ୟକ୍ରମର ବ୍ୟବସ୍ଥା ରହିଛି ।