ଆଜି ପ୍ରକାଶ ପାଇବ ସିବିଏସ୍‌ଇ ଦଶମ, ଦ୍ୱାଦଶ ରେଜଲ୍ଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆଜି ପ୍ରକାଶ ପାଇବ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ) ଦଶମ ଓ ଦ୍ୱାଦଶ ପରୀକ୍ଷା ଫଳ । ସକାଳ ୯ଟାରେ ପ୍ରଥମେ ଦ୍ୱାଦଶ ଓ ଅପରାହ୍ନ ୨ଟାରେ ଦଶମ ଫଳ ବାହାରିବ । ଏନେଇ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି ।

ଛାତ୍ରଛାତ୍ରୀମାନଙ୍କ ପାଇଁ ସିବିଏସଇର ଅଫିସିଆଲ୍‌ ୱେବସାଇଟ cbse.gov.in , www.cbseresults.nic.inରେ ଫଳ ଉପଲବ୍ଧ ହେବ । ପରେ ସିବିଏସଇ ଦ୍ୱାଦଶ ଓ ଦଶମ ବୋର୍ଡ ରେଜଲ୍ଟ ୨୦୨୨ ଲିଙ୍କ୍‌ ଉପରେ କ୍ଲିକ୍‌ କରିବାକୁ ପଡ଼ିବ । ଲିଙ୍କ୍‌ ଖୋଲିବା ପରେ ଆବଶ୍ୟକୀୟ ତଥ୍ୟ ଓ ରୋଲ୍‌ ନମ୍ୱର ଦେବାକୁ ପଡ଼ିବ । ଦେବା ପରେ ପରୀକ୍ଷା ଫଳ ବା ମାର୍କସିଟ୍‌ ଡାଉନଲୋଡ୍‌ କରି ଏହାର ପ୍ରିଣ୍ଟ୍‌ ଆଉଟ୍‌ ବାହାରି କରିପାରିବେ ।

ଚଳିତବର୍ଷ ୨୧ ଲକ୍ଷ ୧୬ ହଜାର ୨୯୦ ଜଣ ପରୀକ୍ଷା ଦଶମ ଓ ଦ୍ୱାଦଶରେ ୧୪ ଲକ୍ଷ ୫୪ ହଜାର ୩୭୦ ଜଣ ପରୀକ୍ଷା ଦେଇଥିଲେ । ସିବିଏସ୍‌ଇ ଭୁବନେଶ୍ୱର ଆଞ୍ଚଳିକ କାର୍ଯ୍ୟାଳୟ ଅଧୀନରେ ଓଡ଼ିଶା, ଛତିଶଗଡ଼ ଓ ପଶ୍ଚିମବଙ୍ଗର ବିଦ୍ୟାଳୟଗୁଡ଼ିକ ରହିଛି । ଚଳିତବର୍ଷ ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ ବା ବିଏସ୍‌ଇର ଦଶମ ପରୀକ୍ଷା ଫଳ ଓ ଆଇସିଏସ୍‌ଇର ଉଭୟ ଦଶମ ଓ ଦ୍ୱାଦଶ ପରୀକ୍ଷା ଫଳ ପ୍ରକାଶ ପାଇଛି ।

Leave A Reply

Your email address will not be published.