ଜୀବନ ବୀମା ଅଭିକର୍ତ୍ତାଙ୍କ ରେଷ୍ଟ ଡେ’

ଟିଟିଲାଗଡ଼, (ଗୌରବ ଦର୍ଜୀ) : ସାରାଦେଶରେ ଜୀବନ ବୀମା ଅଭିକର୍ତ୍ତାଙ୍କ ୧୮ ଦଫା ଦାବୀ ପୂରଣ ନେଇ ବୁଧବାର ଠାରୁ ୧୫ ଦିନିଆ ଧର୍ମଘଟ ବା ରେଷ୍ଟ୍ ଡେ ଆରମ୍ଭ ହୋଇଛି । ଏନେଇ ଆଜି ସ୍ଥାନୀୟ ଜୀବନ ବୀମା ନିଗମ କାର୍ୟ୍ୟାଳୟ ସମ୍ମୁଖରେ ଅଭିକର୍ତ୍ତା ଧାରଣା ପ୍ରଦର୍ଶନ କରିଥିଲେ । କରୋନା ମହାମାରୀ ସମୟରେ ମଧ୍ୟ ଜୀବନ ବୀମା ଅଭିକର୍ତ୍ତା ମାନେ ତାଙ୍କର କର୍ତ୍ତବ୍ୟରେ ଅବହେଳା କରି ନ ଥିବା ବେଳେ କରୋନା ଯୋଦ୍ଧା ପରି ଆଗେଇ ଆସି କାମ କରିଥିବା ଅଭିକର୍ତ୍ତା ମାନେ କହିଛନ୍ତି । ତେଣୁ ୧୮ ଦଫା ଦାବୀ ନେଇ ଆଜି ସାରା ଦେଶରେ ଧାରଣା ଦେଇଛନ୍ତି । ଅଭିକର୍ତ୍ତାଙ୍କ କରୋନାରେ ମୃତ୍ୟୁ ହେଲେ ୧ କୋଟି ଟଙ୍କାର ସହାୟତା, ସେମାନଙ୍କ ପୁଅଝିଅର ପାଠପଢା ଖର୍ଚ୍ଚ ବହନ, ୧୦ ହଜାର ଟଙ୍କା ମାସିକ ଭତ୍ତା, ମେଡି କ୍ଲେମରେ ଟପ ଅଫ ୫୦ ଲକ୍ଷ ସହିତ ପିତାମାତା, ସ୍ଵାମୀ ସ୍ତ୍ରୀ ଏବଂ ସନ୍ତାନଙ୍କୁ ଅନ୍ତର୍ଭୁକ୍ତ କରିବା, ନିଗମ ପକ୍ଷରୁ ୫୦ ପ୍ରତିଶତ ପ୍ରିମିୟମ ପ୍ରଦାନ ସହ ଗୋଷ୍ଠୀ ବୀମାରେ ୫୦ ଲକ୍ଷ ବୀମା ସହ ଦୁର୍ଘଟଣାକୁ ବି ସାମିଲ କରାଯିବା, କରୋନା ଏଡଭାନ୍ସ ଏକ ଲକ୍ଷ ଟଙ୍କା ପ୍ରଦାନ ଆଦି ନେଇ ଦାବୀ ହୋଇଛି । ଅଭିକର୍ତ୍ତା ସଂଘ ପକ୍ଷରୁ ସଭାପତି ବୁଲବୁଲ ମେହେର, ସମ୍ପାଦକ ନାରାୟଣ ରଣା, ଡିଭିଜନାଲ ଉପସଭାପତି ବୈକୁଣ୍ଠ ମେହେର, ଯୁଗ୍ମ ସମ୍ପାଦକ ସନ୍ତୋଷ ପୁରୋହିତ, କୋଷାଧକ୍ଷ ବିଜୟ ପଟ୍ଟନାୟକ, ବରିଷ୍ଠ ଅଭିକର୍ତ୍ତା ଶିବ ପ୍ରସାଦ ପରିଡା, ପୁଷ୍କର ଖସେଲ, ଶେଷ ପ୍ରଧାନ, ଜଗଦିଶ ବେହେରା, ଅସୀମ କୁଣ୍ଡ, କ୍ଷମାନିଧି ଟାକ୍ରି, ରାଜା ଶର୍ମା, ଖଗେଶ୍ୱର ସାହୁ, ସୁନ୍ଦରମୋହନ ସାହା, ସୁନ୍ଦର ଲାଲ ଶର୍ମା, ଉତ୍ତମ ଦେ ପ୍ରମୁଖ ଆନ୍ଦୋଳନରେ ସାମିଲ ହୋଇଛନ୍ତି ।

Leave A Reply

Your email address will not be published.