oom

ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା : ପଛ ପଟରୁ ଚଢ଼ାଇବାକୁ ଚେଷ୍ଟା କରିଥିବା ଗାଡ଼ିଟି କାହାର, ପୋଲିସ ତଦନ୍ତରୁ ଜଣାପଡିବ

jsmm

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଗତ ବୁଧବାର ଅପରାହ୍ନରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଥିବା ବେଳେ ଗାଡି ପଛ ପଟେ ଧକ୍କା ମାରି ମାରିବା ପାଇଁ ଉଦ୍ୟମ କରୁଥିବା ଗାଡିର ଫଟୋ ମିଳିଲା । ସୂଚନାଯୋଗ୍ୟ ଯେ, ସେଦିନ ଆମ୍ବ ଗଛ ମୂଳେ ଟିପିଡବ୍ଲୁଓଡିଏଲ୍‌ ଅଧିକାରୀ ଓ କର୍ମଚାରୀ ସାମ୍ବାଦିକଙ୍କୁ ଦେଖିଲା ପରେ ଭୟରେ ଆକ୍ରମଣ କରି ଘଟଣା ସ୍ଥଳରୁ ଫେରାର ମାରିବା ଆରମ୍ଭ କରିଥିଲେ। ବିଭିନ୍ନ ସ୍ଥାନରୁ ଆସିଥିବା ବିଭିନ୍ନ ଅଧିକାରୀ ମିଡ଼ିଆ ପ୍ରତିନିଧିଙ୍କୁ ଦେଖି ଫେରାର ମାରୁଥିବା ବେଳେ ଗୋଟିଏ ଗାଡି ପଛ ପଟରୁ ସାମ୍ୱାଦିକ ସଞ୍ଜୟ ବେହେରାଙ୍କୁ ଧକ୍କା ଦେଇ ଗାଡି ମଡ଼ାଇ ମାରିବାକୁ ଉଦ୍ୟମ କରିଥିଲା । ସେହି ଗାଡିର ଫଟୋ ହସ୍ତଗତ ହୋଇଛି। ଗାଡି ନମ୍ୱର ହେଲା ଓଡ଼ି୦୩ଜେଡ଼୍‌୯୨୬୨ । ଏବେ ପ୍ରଶ୍ନ ଉଠୁଛି, ଭିତରେ ଯେଉଁ ବ୍ୟକ୍ତି ବସି ଗାଡି ଚଳାଉଛନ୍ତି ସେ କିଏ ? ଗାଡି ଚାଳକ ନା ଗାଡି ମାଲିକ ? ସେ ବିଭାଗରେ କାର୍ଯ୍ୟରତ ଅଛନ୍ତି କି ଭଡ଼ାରେ କେଉଁ ଅଧିକାରୀ ଧରିକି ଆସିଥିଲେ ? ଏବେ ଏହି ଗାଡି କେଉଁଠାରେ ଅଛି ? ପୋଲିସ ଏ ବିଷୟରେ ତଦନ୍ତ କଲେ ଆଉ କିଏ କିଏ ଏହି ଘଟଣାରେ ସଂଶ୍ଲିଷ୍ଟ ଅଛନ୍ତି, ସବୁ ତଥ୍ୟ ସାମ୍ନାକୁ ଆସିବ ବୋଲି ସାମ୍ୱାଦିକ ତଥା ଲୋକେ ଆଲୋଚନା କରୁଛନ୍ତି। ବଲାଙ୍ଗିର ଏସପିଙ୍କ ନିର୍ଦ୍ଦେଶ କ୍ରମେ ଟିଟିଲାଗଡ଼ ଥାନାଧିକାରୀ ବିଶ୍ୱଜିତ ମନବୋଧ ଦୁଇ ଜଣ ଅଧିକାରୀଙ୍କୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଛନ୍ତି । ତା’ ସହ ଆଉ ତିନି ଜଣଙ୍କ ନାଁ ଦିଆ ଯାଇଥିବା ବେଳେ ଅତି ଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି କୁହାଯାଇଛି । ଏହି ଗାଡିକୁ ଆଧାର କରି ତଦନ୍ତ ତଥା ଅନ୍ୟ ଅଧିକାରୀଙ୍କ ମୋବାଇଲ ଲୋକେସନ ଟ୍ରାପ କଲେ, ଅନ୍ୟ ସବୁ ଲୋକର ଅସଲ ମୁଖା ଖୋଲିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।

jittmm
Leave A Reply

Your email address will not be published.