ବିଶ୍ଵ ଜନସଂଖ୍ୟା ଦିବସ ଅବସରରେ ଟିଟିଲାଗଡ଼ ଲାୟନ୍ସ କ୍ଲବ ଓ ସହରର ଅନ୍ୟ ସଂଗଠନକୁ ନେଇ ବାହାରିଲା ସଚେତନତା ରେଲି

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ବିଶ୍ଵ ଜନସଂଖ୍ୟା ଦିବସ । ଧିରେ ଧିରେ ଦେଶର ଜନସଂଖ୍ୟା ବୃଦ୍ଧି ପାଉଛି ଯାହାକି ଦେଶ ପାଇଁ ଚିନ୍ତାର ବିଷୟ ପାଲଟିଛି । ଜନସଂଖ୍ୟା ବୃଦ୍ଧି ଯୋଗୁଁ ବିଭିନ୍ନ ସମସ୍ୟା ବଢୁଛି ଯେମିତିକି ଚାଷ ଜମି କମି କମି ଯାଉଛି, ବେକାରୀ ସମସ୍ୟା, ଦେଶରେ ଅରାଜକତା ବଢ଼ୁଚି, ଚୋରି ତସ୍କରି ବୃଦ୍ଧି ପାଉଛି । ଆଗକୁ ଯଦି ଏହାର ନିରାକରଣ କରା ନ ଗଲା ତାହେଲେ ଏହା ଆହୁରି ସମସ୍ୟାର ଉତ୍ପତ୍ତି ନେବ । ଏହାର ପ୍ରମୁଖ କାରଣ ହେଉଛି ଜନ ସଂଖ୍ୟା ବୃଦ୍ଧି, ପୂର୍ବେ ଥିଲା ଆମେ ଦୁଇ ଆମର ଦୁଇ, ଏବେ ଏହି ବାର୍ତ୍ତା ସମସ୍ତଙ୍କ କ୍ଷେତ୍ରରେ ଲାଗୁ କରା ନ ଯିବା ତଥା ଲୋକେ ସଚେତନ ନ ହୋଇ ଦୁଇରୁ ଅଧିକ ସନ୍ତାନ ଜନ୍ମ କରିବା ହେଉଚି ଏହାର ମୁଖ୍ୟ କାରଣ ବୋଲି ବୁଦ୍ଧିଜୀବୀ ମାନେ ମତ ପ୍ରକାଶ କରିଛନ୍ତି । ତେବେ ଏହି ସମସ୍ୟାକୁ ଦୃଷ୍ଟିରେ ରଖି ଟିଟିଲାଗଡ଼ ଲାୟନ୍ସ କ୍ଲବ ତରଫରୁ ସଭାପତି ସଞ୍ଜୟ ସୋନିଙ୍କ ସଭାପତିତ୍ୱରେ ଟିଟିଲାଗଡ଼ ସହରର ବିଭିନ୍ନ ଅନୁଷ୍ଠାନ ଓ ଓମ ଭ୍ୟାଲି ସ୍କୁଲର ଛାତ୍ରଛାତ୍ରୀମାନଙ୍କୁ ନେଇ ଏକ ସଚେତନତା ରେଲୀ ସନ୍ଧ୍ୟା ୫ଟା ସମୟରେ ବାହାରି ସହର ପରିକ୍ରମା କରି ଏକ ବାର୍ତ୍ତା ଦେବାକୁ ଚେଷ୍ଟା କରିଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଟିଟିଲାଗଡ଼ ପୌର ପରିଷଦର ଅଧ୍ୟକ୍ଷା ମମତା ଦେବୀ ଜୈନ ପତାକା ଦେଖାଇ ଏହି ରେଲିର ଶୁଭାରମ୍ଭ କରିବା ସହ ଯେହେତୁ ସେ ଲାୟନସ କ୍ଲବର ସଦସ୍ୟ ମଧ୍ୟ ସେ ବି ସମସ୍ତଙ୍କ ସହ ମିଶି ଚାଲି ଚାଲି ରେଲିରେ ବୁଲିଥିଲେ । ଏହି ରେଲିରେ ଟିଟିଲାଗଡ଼ ରୋଟାରୀ କ୍ଲବ, ପ୍ରଗତି ସେଣ୍ଟ୍ରାଲ ଶାଖା, ପ୍ରକୃତି ଶାଖା, ମା ମାଟି ସେବା ସମିତି, ପ୍ରକୃତି ରକ୍ଷା, ଟିଟିଲାଗଡ଼ ବଣିକ ସଂଘ, ଜୈନ ସମାଜ, ଯେ ସି ଆଇ ସିଟିର ସଦସ୍ୟ, ବିଜେପି ଯୁବ ନେତା ବିଜୟ ମେହେର, ବ୍ରହ୍ମ କୁମାରୀ ଇଶ୍ଵରୀୟ ବିଶ୍ଵ ବିଦ୍ୟାଳୟର ଭଉଣୀଙ୍କ ସହ ଟିଟିଲାଗଡ଼ ଲାୟନ୍ସ କ୍ଲବର ସଦସ୍ୟ ମାନେ ଅଂଶ ଗ୍ରହଣ କରିଥିଲେ । ସମାଜରେ ଜନ୍ମ ନିୟନ୍ତ୍ରଣ ତଥା ଲୋକେ ନିଜେ କିପରି ସଚେତନ ହେବେ ସେ ନେଇ ଏହି ରେଲିର ଆୟୋଜନ କରାଯାଇଛି ବୋଲି ଲାୟନସ କ୍ଲବ ସଭାପତି ସୂଚନା ଦେଇଛନ୍ତି । ଏହି କାର୍ଯ୍ୟକ୍ରମର ପ୍ରୋଜେକ୍ଟ ଚେୟାରମେନ ଥିଲେ ଲାୟନ୍ ସନ୍ତୋଷ ମହାନ୍ତି, ପରିଚାଳନା କରିବାରେ ସହଯୋଗ କରିଥିଲେ କ୍ଲବର ସମ୍ପାଦକ ପଙ୍କଜ ନାମଦେବ, କୋଷାଧ୍ୟକ୍ଷ ବିନୟ ଜୈନ, କ୍ଲବର ପି ଡି ଜି ଯମୁନା ପ୍ରସାଦ ଗୋଏଲ, ବରିଷ୍ଠ ସଦସ୍ୟ ଲାୟନ ଡ ଘନଶ୍ୟାମ ଜୈନ, ଲାୟନ ଶମ୍ଭୁ ପ୍ରସାଦ ଗୋଏଲ, ଲିଙ୍ଗରାଜ ସାହୁ, ଶ୍ରୀକାନ୍ତ ଅଗ୍ରୱାଲ, ସଞ୍ଜୟ କୁମାର ନାୟକ, ଦୀପକ ପୃଷ୍ଟି, ଅଜିତ ପାତ୍ର, ଅସୀମ କୁଣ୍ଡୁ, ପାରସ୍ ଅଗ୍ରୱାଲ, ମନିସ ଗୁପ୍ତା, ଶୈଳେଶ ଗୋଏଲ, ଆକାଶ ଜୈନ, ଶେଖର ସାହୁ, ଲିଓ ଅଙ୍କିତ ଗୁପ୍ତା, ସୁଭଦିପ ସାମନ୍ତ, ଶଙ୍କର ପ୍ରଧାନ ଓ ଅନ୍ୟାନ୍ୟ ସଦସ୍ୟ ।

jittmm
Leave A Reply

Your email address will not be published.