ଶିଶୁ ରେଳଗାଡ଼ି ପୁଣିଥରେ ଚାଲିବା ଆରମ୍ଭ

ନନ୍ଦନକାନନ : ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣ ସାଜିଥିବା ଶିଶୁ ରେଳଗାଡ଼ି ପୁଣିଥରେ ଚାଲିବା ଆରମ୍ଭ କରିଥିବା ସୂଚନା ରହିଛି । ଦୀର୍ଘଦିନ ବ୍ୟବଧାନ ପରେ ଗତକାଲି ଶିଶୁ ରେଳଗାଡ଼ି ଗଡ଼ିବା ଆରମ୍ଭ କରିବା ପରେ ପର୍ଯ୍ୟଟକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ଗତକାଲି ଶିଶୁ ରେଳଗାଡ଼ି ୬ ଟ୍ରିପ୍‌ ଚାଲିଥିବା ବେଳେ ସମୁଦାୟ ୧୯୮ଜଣ ପର୍ଯ୍ୟଟକ ବୁଲିଥିଲେ । ସେଥିମଧ୍ୟରେ ୧୪୯ ଜଣ ବୟସ୍କ ଓ ୪୯ ଜଣ ଛୋଟପିଲା ରହିଥିବା ଜଣାପଡିଛି ।

Leave A Reply

Your email address will not be published.