ls

ରେଳ ଉପଭୋକ୍ତା ସଂଘ ତରଫରୁ ରେଳ ମନ୍ତ୍ରୀଙ୍କୁ ଦାବୀପତ୍ର ପ୍ରଦାନ

sb

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ରେଳ ଉପଭୋକ୍ତ ସଂଘ ତରଫରୁ ସ୍ଥାନୀୟ ସର୍କିଟ ହାଉସ ଠାରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଏକ ଦାବୀପତ୍ର ପ୍ରଦାନ କରାଯାଇଛି । ସଭାପତି ଧର୍ମବ୍ରତ ରଥ, ଉପ-ସଭାପତି ପର୍ଶୁରାମ ନାୟକ, ସହ-ସଂପାଦକ ପ୍ରଭାକର ମିଶ୍ର ତଥା କମିଟି ସଭ୍ୟ ପ୍ରଶନ୍ନ କୁମାର ମିଶ୍ର ଦାବୀପତ୍ର ପ୍ରଦାନ କରିଥିଲେ । ୨୦୨୨ ଶେଷ ସୁଦ୍ଧା ବଲାଙ୍ଗିର-ଖୋର୍ଦ୍ଧା ରୋଡ ରେଳପଥକୁ କାର୍ଯ୍ୟକ୍ଷମ କରିବା, ସମତା ଏକ୍ସପ୍ରେସ ସପ୍ତାହକୁ ଦୁଇ ଦିନ ବଲାଙ୍ଗିର-ବରଗଡ-ସମ୍ବଲପୁର ଦେଇ ଦିଲ୍ଲୀକୁ ଚଳାଚଳ କରିବା, ଜମ୍ବୁତାବି ଏକ୍ସପ୍ରେସକୁ ଟିଟିଲାଗଡ ପର୍ଯ୍ୟନ୍ତ ସଂପ୍ରସାରଣ କରିବା, ବିଛୁପାଲି- ବଲାଙ୍ଗିର ଟ୍ରେନକୁ ସକାଳେ ଭୁବନେଶ୍ୱର ପର୍ଯ୍ୟନ୍ତ ସଂପ୍ରସାରଣ କରିବା, ଲୋଇସିଂହା, ଦେଓଗାଁ ଷ୍ଟେସନରେ ଅଧିକ ଏକ୍ସପ୍ରେସ ଟ୍ରେନର ରହଣି ବ୍ୟବସ୍ଥା କରିବା, କଣ୍ଟାବାଞ୍ଜି-ନବରଂଗପୁର ନୂତନ ରେଳପଥ ନିର୍ମାଣ ତଥା ବଲାଙ୍ଗିର ଷ୍ଟେସନରେ ୱାସିଂ ଓ ୱାଟରିଂ ବ୍ୟବସ୍ଥା କରିବା ଇତ୍ୟାଦି ପ୍ରସ୍ତାବ ଦାବୀପତ୍ରରେ ସୂଚିତ କରାଯାଇଛି ।

pc pk
Leave A Reply

Your email address will not be published.