ଭୁବନେଶ୍ୱର : ଅନୁଗୋଳ-ତାଳଚେର ରୋଡ୍ରେ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ ହୋଇଥିବା ଖବର ମିଳିଛି । ଲାଇନଚ୍ୟୁତ ହେବା ଫଳରେ ଢେଙ୍କାନାଳ-ସମ୍ବଲପୁର ରେଳ ଲାଇନରେ ବାଧାପ୍ରାପ୍ତ ହୋଇଛି ଟ୍ରେନ୍ ଚଳାଚଳ । ୧୨ଟି ଟ୍ରେନର ଚଳାଚଳ ବାତିଲ ହୋଇଥିବା ବେଳେ ୮ଟି ଟ୍ରେନ୍ର ଗତିପଥ ବଦଳିଥିବା ନେଇ ପୂର୍ବତଟ ରେଲୱେ ପକ୍ଷରୁ ସୂଚନା ଦିଆଯାଇଛି । ପ୍ରବଳ ବର୍ଷାରେ ପାଣି ଜମିବା ଯୋଗୁଁ ମାଲଗାଡ଼ି ଲାଇନଚ୍ୟୁତ ହୋଇଥିବା ସୂଚନା ମିଳିଛି । ରାଉରକାଲେ-ପୁରୀ ସ୍ପେଶାଲ୍(୦୮୧୦୫), ରାଉରକେଲା-ଭୁବନେଶ୍ୱର ସ୍ପେଶାଲ(୦୨୮୬୧), ପୁରୀ-ରାଉରକେଲା(୦୮୧୦୬), ଭୁବନେଶ୍ୱର-ରାଉରକେଲା ସ୍ପେଶାଲ(୦୮୨୬୦) ଏହି ସବୁ ଟ୍ରେନଗୁଡିକ ବାତିଲ ହୋଇଥିବା ବେଳେ ଗତିପଥ ବଦଳାଇଥିବା ଟ୍ରେନଗୁଡିକ ହେଲା ଆନନ୍ଦବିହାର-ଭୁବନେଶ୍ୱର ସ୍ପେଶାଲ୍(୦୨୮୧୪), ବିଶାଖାପାଟଣା-ଅମ୍ରିତସର ସ୍ପେଶାଲ(୦୮୫୦୩), ଦୁର୍ବ-ପୁରୀ ସ୍ପେଶାଲ (୦୮୪୨୬), ହାତିଆ-ପୁରୀ ସ୍ପେଶାଲ (୦୮୪୫୧), ଏଲଟିଟି-ପୁରୀ ସ୍ପେଶାଲ (୦୨୧୪୫), ବିକାନିର-ପୁରୀ ସ୍ପେଶାଲ (୦୪୭୦୯), ଗୁଣୁପୁର-ରାଉରକେଲା ସ୍ପେଶାଲ (୦୮୧୨୮) ଏବଂ ପୁପୀ-ଆଜମେର ସ୍ପେଶାଲ (୦୨୦୩୭) ।