om academy

ଆନ୍ଦୋଳନ ପାଇଁ ରେଳ ଚଳାଚଳ ବ୍ୟାହତ

jsm

ସମ୍ବଲପୁର : ଦକ୍ଷିଣ ପୂର୍ବ ରେଳବାଇ ଅର୍ନ୍ତଗତ ଖଡଗପୁର ଓ ଆଦ୍ରା ମଣ୍ଡଳ ଅର୍ନ୍ତଗତ ଅଞ୍ଚଳରେ ବିଭିନ୍ନ ଦାବୀକୁ ନେଇ ଆନ୍ଦୋଳନ ଚାଲିଥିବାରୁ ଉକ୍ତ ଅଞ୍ଚଳ ଦେଇ ରେଳ ଚଳାଚଳ ଆଂଶିକ ବ୍ୟାହତ ହୋଇଛି । ରେଳଗାଡି ସଂଖ୍ୟା ୨୨୮୬୧ ହାୱଡା – ଟିଟିଲାଗଡ ଇସ୍ପାତ ଏକ୍ସପ୍ରେସ ମଙ୍ଗଳବାର ବାତିଲ ହୋଇଥିବା ବେଳେ ୧୨୮୭୨ ଟିଟିଲାଗଡ – ହାୱଡା ଇସ୍ପାତ ଏକ୍ସପ୍ରେସ ଟାଟାରୁ ଟିଟିଲାଗଡ ପର୍ଯ୍ୟନ୍ତ ଚଳାଚଳ କରିଛି । ଟାଟାରୁ ହାୱଡା ମଧ୍ୟରେ ଏହି ରେଳଗାଡି ଚଳାଚଳ ବନ୍ଦ ରହିଥିଲା । ସେହିଭଳି ରେଳଗାଡି ସଂଖ୍ୟା ୨୨୮୨୩ ଭୁବନେଶ୍ୱର – ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ ମଙ୍ଗଳବାର ଭୁବନେଶ୍ୱରରୁ ହିଞ୍ଜଳି – ମିଦନାପୁର, ଆଦ୍ରା – ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜଙ୍କସନ, ଗୋମୋହ ଷ୍ଟେସନ ଦେଇ ଚଳାଚଳ କରୁଛି । ସୋମବାର ଦିନ ପୁରୀରୁ ଛାଡିଥିବା ରେଳଗାଡି ସଂଖ୍ୟା ୧୨୮୦୧ ପୁରୀ – ନୂଆଦିଲ୍ଲୀ ପୁରୁଷୋତ୍ତମ ଏକ୍ସପ୍ରେସ ଚାନ୍ଦଲି – ମୁରୀ – ବୋକାରୋ ଷ୍ଟେସନ ଏବଂ ରେଳଗାଡି ସଂଖ୍ୟା ୧୫୯୩୦ ନ୍ୟୁ ତିନସୁକିଆ – ତାମ୍ବରମ ଏକ୍ସପ୍ରେସ ନ୍ୟୁ ତିନସୁକିଆରୁ ୧୯ ତାରିଖରେ ଛାଡି ଜୋୟ ଚାନ୍ଦି ପାହାର – ଆଦ୍ରା – ମିଦନାପୁର – ହିଞ୍ଜଳି ଷ୍ଟେସ ଦେଇ ଚଳାଚଳ କରୁଛି ବୋଲି ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.