oom

ବ୍ଲକ୍‌ସ୍ତରୀୟ ଜୁନିୟର ରେଡକ୍ରସ ପରାମର୍ଶଦାତା ସମ୍ମିଳନୀ

jsmm

ଶିବତଲା, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ଅନ୍ତର୍ଗତ ସତ୍ୟନାରାୟଣ ଉଚ୍ଚ ବିଦ୍ୟାଳୟ ଶିବତଲାଠାରେ ଉଭୟ ସୋନପୁର ଏବଂ ତରଭା ବ୍ଲକର ଜୁନିଅର ରେଡକ୍ରସ୍‌ର ସମସ୍ତ ପରାମର୍ଶଦାତାମାନଙ୍କୁ ନେଇ ମିଳିତ ଭାବେ ଏକ ଦିବସୀୟ ତାଲିମ କାର୍ଯ୍ୟକ୍ରମ କରାଯାଇ ପରାମର୍ଶଦାତାଙ୍କ ତଥ୍ୟଭିତ୍ତିକ କାର୍ଯ୍ୟପନ୍ଥା ସ୍ଥିର କରାଯାଇଛି । ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଡ. ରାଧାକାନ୍ତ ଗଡତିଆ, ସମ୍ମାନିତ ଅତିଥି ଭାବେ ଜୁନିଅର ରେଡକ୍ରସ ଉପାଧ୍ୟକ୍ଷ ଗତିକୃଷ୍ଣ ମିଶ୍ର ଯୋଗଦେଇ ଉପସ୍ଥିତ ପାଖାପାଖି ୬୨ଜଣ କାଉନସିଲରଙ୍କୁ ରେଡକ୍ରସ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବାକୁ ଆହ୍ୱାନ କରିଛନ୍ତି । କାର୍ଯ୍ୟକ୍ରମକୁ ଜିଲ୍ଲା ଜୁନିଅର ରେଡକ୍ରସ ଅଫିସର ରବିଚନ୍ଦ୍ର ପଶାୟତ ପରିଚାଳନା କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁହାସିନୀ ଦଣ୍ଡସେନା ଭବ୍ୟ ସଭାରେ ଅଧ୍ୟକ୍ଷତା କରିଥିଲେ । ସାଧନକର୍ମୀ ଝସକେତନ ମେହେର, ଚନ୍ଦ୍ରଶେଖର ମହାପାତ୍ର, ଆଶିଷ ନାଏକ, ଗୋପେଶ ପଣ୍ଡା ପ୍ରମୁଖ ପ୍ରାଥମିକ ଚିକିତ୍ସା, ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା, ରେଡକ୍ରସ ଆନ୍ଦୋଳନ ଭଳି ବିଭିନ୍ନ ବିଷୟରେ କାଉନସିଲରମାନଙ୍କୁ ତାଲିମ ଦେଇଥିଲେ । ସୋନପୁର ବିସିସି ଗୋପେଶ ପଣ୍ଡା, ସ୍ୱାଗତ ଅଭିଭାଷଣ ଦେଇଥିବା ବେଳେ ତରଭା ବିସିସି ବିଜୟ କୁମାର ପଣ୍ଡା ଧନ୍ୟବାଦ୍ ଅର୍ପଣ କରିଥିଲେ । ସ୍ଥାନୀୟ ଉଚ୍ଚ ବିଦ୍ୟାଳୟରର ୨୬ ଜଣ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଜୁନିୟର ରେଡକ୍ରସ ୟୁନିଟ ଗଠିତ ହୋଇଯାଇଛି ।

jittmm
Leave A Reply

Your email address will not be published.