କ୍ଲଷ୍ଟର ସ୍ତରୀୟ ଯୁବ ରେଡ଼କ୍ରସ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ହାତିବନ୍ଧା ସ୍ଥିତ ଜିଏମ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ ଯୁବ ରେଡ଼କ୍ରସ କ୍ଲଷ୍ଟର ସ୍ତରୀୟ ତିନି ଦିନିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିର ଉଦ୍‌ଘାଟନୀ ଉତ୍ସବରେ ନୂଆପଡା ଜିଲ୍ଲା ସ୍ତରୀୟ ଯୁବ ରେଡ଼କ୍ରସ ଆବାହକ ସମ୍ପାଦକ ଭୁବନରାମ ଅହୀର ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିବା ବେଳେ ନୂଆପଡା ଜିଲ୍ଲା ସଂଯୋଜକ ଅଶ୍ୱିନୀ ଓତା ମୁଖ୍ୟବକ୍ତା ଭାବରେ ଯୋଗଦାନ କରିଥିଲେ । ନୂଆପଡା ନେସନାଲ କଲେଜ ରେଡ଼କ୍ରସ ପରାମର୍ଶଦାତା ଶିବପ୍ରସାଦ ସା ସମ୍ମାନିତ ଅତିଥି ଭାବରେ ଉପସ୍ଥିତ ଥିଲେ । ସ୍ଥାନୀୟ ଜିଏମ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଟିକେଲାଲ ମେହେର ସଭାପତିତ୍ୱ କରିଥିବା ବେଳେ ରେଡ଼କ୍ରସ ପରାମର୍ଶଦାତା ଅଧ୍ୟାପକ ଜ୍ୟୋତିର୍ଣ ବନ୍ଦୀଛୋର ମଞ୍ଚ ପରିଚାଳନା କରିଥିଲେ । ଉଦ୍‌ଘାଟନୀ ଉତ୍ସବରେ ସିନାପାଲି ବ୍ଲକ ଅନ୍ତର୍ଗତ ସମସ୍ତ ମହାବିଦ୍ୟାଳୟର ରେଡ଼କ୍ରସ ପରାମର୍ଶଦାତା ଜନ୍ମେଜୟ ସେଠିଆ, ହେମନାଥ ଭୋଇ, ରାଜକୁମାର ରାଉତ, ପ୍ରମୁଖଙ୍କ ସହ ସମସ୍ତ ରେଡ଼କ୍ରସ ସ୍ବେଚ୍ଛାସେବୀ ଛାତ୍ରଛାତ୍ରୀ ପ୍ରଶିକ୍ଷଣ ଶିବିରରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ । ପରିଶେଷରେ ଓଡ଼ିଆ ଅଧ୍ୟାପକ ଧ୍ରୁବଚରଣ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.