ଜେ.ଏସ୍. ମ୍ୟୁଜିକ୍ ଦ୍ଵାରା ଗୀତ ରେକଡିଂ

ବରଗଡ଼ : ଜେ.ଏସ୍ ମ୍ୟୁଜିକ୍ ଦ୍ଵାରା ପ୍ରସ୍ତୁତ ୨ଟି ସମ୍ବଲପୁରୀ ଏବଂ ଓଡ଼ିଆ ଗୀତ ରେକଡିଂ ହୋଇଯାଇଛି । ପ୍ରଥମ ଥର ପାଇଁ ଜେ.ଏସ୍. ମ୍ୟୁଜିକ୍ ଓଲିଉଡ କମେଡି କିଂଗ୍ ପପୁ ପମ୍ ପମ୍, ଯାତ୍ରା କୁଇନ୍ ରାନୀ ପଣ୍ଡା ଏବଂ ରୋମାଣ୍ଟିକ କିଂଗ୍ ‌ସ୍ୱୟମ୍ ପାଢ଼ୀଂକ କଣ୍ଠରେ ଏହି ଗୀତ ପ୍ରସ୍ତୁତ କରିଛି । ଗୀତକୁ ଲେଖିଛନ୍ତି ଏବଂ ସ୍ୱର ସଂଯୋଜନା କରିଛନ୍ତି ଜନକ ସେଠ୍ ଏବଂ ସଂଗୀତ ପରିଚାଳନା ଶୈଳେଶ ସାମଲ୍ ଏବଂ ଜନ୍ ପାଣ୍ଡେ । ଏହି ଗୀତର ପ୍ରଡ୍ୟୁସର ଅଛନ୍ତି ଆଦିତ୍ୟ ସେଠ୍ ଏବଂ ସଞ୍ଜୟ ସାହୁ । ଏହି ଗୀତ ଗୁଡ଼ିକ ଆର୍.କେ ମିଡିଆ ଏବଂ ଜନକ ସେଠ୍ ୟୁଟ୍ୟୁବ ଚେନାଲ୍‌ରେ ଅପ୍‌ଲୋଡ଼୍‌ ହେବ ।

Leave A Reply

Your email address will not be published.

error: Content is protected !!