ଗୋଟିଏ ମିନିଟରେ ୧୦୪ ଥର ନି ଷ୍ଟ୍ରାଇକ୍‌ କରି ରେକର୍ଡ ଭାଙ୍ଗିଲେ ଓଡ଼ିଆ ପୁଅ ସଚିନ

ନୂଆପଡ଼ା, (ନିରାକାର ମେହେର) : ଭାରତର ନି ଷ୍ଠାଇକର ଭାବରେ ସୁପରିଚିତ ସଚିନ ବେହେରା ଗିନିଜ ବୁକରେ ଆଉ ଏକ ନୂତନ ରେକର୍ଡ ସ୍ଥାପନ କରି ଓଡ଼ିଶା ତଥା ଭାରତ ପାଇଁ ଗର୍ବ ଆଣିଛନ୍ତି । ପୂର୍ବରୁ ଗୋଟିଏ ମିନିଟରେ ଆଣ୍ଠୁ ପ୍ରଘାତ ବା ନି ଷ୍ଟ୍ରାଇକ୍‌ କରି ଗିନିଜ ବୁକ ଅଫ ୱାର୍ଲଡ ରେକର୍ଡରେ ନିଜର ନାମ ଲିପିବଦ୍ଧ କରିଥିଲେ । ଗତ ଜାନୁୟାରୀ ୩୦ ତାରିଖରେ ଭୁବନେଶ୍ୱର ସ୍ଥିତ ବୁଦ୍ଧ ମନ୍ଦିରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ପାଞ୍ଚକେଜି ଆଙ୍କେଲ ୱେଟ୍ ବାନ୍ଧି ଗୋଟିଏ ମିନିଟରେ ୧୦୪ ଥର ନି ଷ୍ଟ୍ରାଇକ୍‌ କରି ଏକ ନୂତନ ରେକର୍ଡ ସ୍ଥାପନ କରିଛନ୍ତି । ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ ଲର୍କା ଗ୍ରାମର ପିତା ଲକ୍ଷ୍ମୀପ୍ରସାଦ ବେହେରା ଏବଂ ଆରତୀ ବେହେରାଙ୍କ ପୁଅ ସଚିନ ବେହେରା ବର୍ତ୍ତମାନ ହାଇଟେକ କଲେଜ ଅଫ ଫିଜିଓ ଥେରାପିରେ ଇଣ୍ଟେନ୍‌ସିପ କରୁଛନ୍ତି । ପିଲାଦିନରୁ କ୍ରୀଡ଼ା ପ୍ରତି ତାଙ୍କର ଆଗ୍ରହ ଥିବାରୁ ସେ କଠିନ ପରିଶ୍ରମ କରୁଥିଲେ । ସେ ୧୦୦ ମିଟର ଧାବକ ଭାବରେ ସୁପରିଚିତ । ସଚିନ ୨ ୦୧୯ ମାର୍ଚ୍ଚ ମାସ ୧୦ ତାରିଖ ଦିନ ନି ଷ୍ଟ୍ରାଇକ୍‌ର ବିଶ୍ଵ ରେକର୍ଡ଼ କରିଥିଲେ । ଖାଲି ସେତିକି ନୁହେଁ , ସଚିନଙ୍କ ଇଚ୍ଛା ଥିଲା ଆହୁରି ନୂତନ ବିଶ୍ୱ ରେକର୍ଡ଼ରେ ନିଜର ନାମକୁ ଲିପିବଦ୍ଧ କରିବା ପାଇଁ । ସେଥିପାଇଁ ଦିନକୁ ସଚିନ ୧୦ ଘଣ୍ଟା କଠିନ ପରିଶ୍ରମ କରୁଥିଲେ । ଏହା ସହିତ କଳିଙ୍ଗ ଷ୍ଟାଡ଼ିୟମରେ କୋଚ୍ ଗୁରୁପ୍ରସାଦ ପଟ୍ଟନାୟକଙ୍କ ତତ୍ତ୍ୱାବଧାନରେ ସବୁଦିନ ଅଭ୍ୟାସ ଜାରି ରଖିଥିଲେ । ସଚିନଙ୍କ ଏହି ସଫଳତା ପାଇଁ ହାଇଟେକ କଲେଜର ଅଧ୍ୟକ୍ଷ ତିରୁପତି ପାଣିଗ୍ରାହୀ ଓ ନବଜ୍ୟୋତି ଜୁନିୟର ସାଇନ୍ସ କଲେଜର ଅଧ୍ୟକ୍ଷ ଶାନ୍ତନଙ୍କୁ କୃତଜ୍ଞତା ଜଣାଇବା ସହ ସମସ୍ତ ସଫଳତାକୁ ପିତାମାତଙ୍କ ଉଦ୍ଦେଶ୍ୟରେ ସମର୍ପିତ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଏକ୍ସପୋର୍ଟ ୱାଟନେସ୍ ଭାବରେ ସୌମ୍ୟରଞ୍ଜନ ଦାସ, ସନ୍ଦିପ ମହାନ୍ତି, କିପ୍ୟାଡ଼ କିପର ଅମନ ପାଣ୍ଡେ, ଟାଇମ୍ କିପର ସସ୍ମିତା ରାଉତରାୟ, ଦେବାଶିଷ ରାଉତ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ଯେଉଁ କ୍ରୀଡ଼ାବିତମାନେ ବିଶ୍ୱରେକର୍ଡ଼ କରିବାକୁ ଚାହୁଁଛନ୍ତି ସେମାନେ ସଚିନଙ୍କ ପରାମର୍ଶ ନେଇଛନ୍ତି । ସଚିନ ସେମାନଙ୍କୁ ପୂର୍ଣ୍ଣ ସହଯୋଗ ଯୋଗାଇ ଦେବା ପାଇଁ ପ୍ରସ୍ତୁତ ଅଛନ୍ତି ବୋଲି କହିଥିଲେ ।

Leave A Reply

Your email address will not be published.