
ବଲାଙ୍ଗିର, (ଦେବାଶିଷ ମିଶ୍ର) : କୁନି ଝିଅ ଅନଭିକା ତ୍ରିପାଠୀ (୨ ବର୍ଷ ୬ ମାସ) ଙ୍କର ଅସାଧାରଣ ସ୍ମରଣ ଶକ୍ତି ଥିବାରୁ ତାଙ୍କ ନାମ ଗତ ଅଗଷ୍ଟ ୧୪ ତାରିଖରେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ-୨୦୨୫ ସ୍ଥାନ ପାଇଛି । ଥରେ ଶୁଣି ସେ ମନେ ରଖି ପାରନ୍ତି ଏବଂ ତାକୁ କହି ପାରନ୍ତି । ପଚାରି ଥିବା ପ୍ରଶ୍ନ ଶୁଣୁ ଶୁଣୁ ନିର୍ଭୁଲ ଭାବରେ ଉତ୍ତର ଦେଇ ପାରୁଥିଲେ । ସେ ମନୋନୀତ ହୋଇ ଥିବା ବିଭିନ୍ନ ପ୍ରକାରର କାର୍ଯ୍ୟକଳାପ ଗୁଡିକ ହେଲା ଏ ଫର ଏପଲ ରୁ ଜେଡ୍ ଫର ଜେବ୍ରା, ୧ ରୁ ୨୦ ସଂଖ୍ୟା, ଶରୀରର ଅଙ୍ଗ, ପଶୁମାନଙ୍କର ନାମ, ୭ ଦିନ ର ନାମ, ଯାନବାହାନର ନାମ, ଫଳକ ନାମ, କାର୍ଯ୍ୟ ଶବ୍ଦ ଗୁଡିକ, ଋତୁର ନାମ, ରଙ୍ଗର ନାମ, ସ୍ଲୋଗାନ, ୪ ଦିନର ନାମ, ଜାତୀୟ ପ୍ରତୀକର ଗୁଡି, ରାଜ୍ୟ, ଦେଶ ନାମ, ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ ନାମ, ଓଡିଆ ରାଇମ୍ସ, ହିନ୍ଦି ରାଇମ୍ସ, ଇଂରାଜୀ ରାଇମ୍ସ, ପନିପରିବା ନାମ, ଗାୟତ୍ରୀ ମନ୍ତ୍ର ଇତ୍ୟାଦି । ବଲାଙ୍ଗିର ରାଜେନ୍ଦ୍ର ପଡା ନିବାସୀ ଉପଜିଲ୍ଲାପାରେ କାର୍ଯ୍ୟରତ କର୍ମଚାରୀ ଅଶୋକ କୁମାର ତ୍ରିପାଠୀ ଓ ମାନସୀ ହୋତାଙ୍କ ଝିଅ । ତାଙ୍କର ଏହି ପ୍ରତିଭା ବଲାଙ୍ଗିର ପାଇଁ ଗୌରବ ଆଣି ଦେଇଛି ଏବଂ ପ୍ରଶଂସା ଓ ଶୁଭେଚ୍ଛୁର ସୁଅ ଛୁଟୁଛି ।