ରାୟଗଡ଼ା (ଅକ୍ଷୟ କୁମାର ପିଡ଼ିସିକା) : ରାୟଗଡା ଜିଲ୍ଲା ଡିଜିଟାଲ ମିଡ଼ିଆ ସଙ୍ଘ (ଆର୍ଡିଏମ୍)ର ନୂତନ କାର୍ଯ୍ୟକର୍ତ୍ତା ଚୟନ ବୈଠକ ହେଇଯାଇଛି । ଏହି ବୈଠକରେ ଜିଲ୍ଲା ଅନ୍ତର୍ଗତ ୧୧ଟି ବ୍ଲକରୁ ୫୦ରୁ ଅଧିକ ଡିଜିଟାଲ ଗଣମାଧ୍ୟମ ପ୍ରତିନିଧିମାନଙ୍କର ରାୟଗଡ଼ା ସଦର ମହକୁମା ଫରେଷ୍ଟ ପାର୍କ ଠାରେ ଏକ ଜରୁରୀ ବାର୍ଷିକ ସାଧାରଣ ନିକାୟ ବୈଠକ ଅନୁଷ୍ଠିତ ହେଇଯାଇଥିଲା । ଉକ୍ତ ବୈଠକରେ ୨୦୨୪ର ସଙ୍ଘ ସଂପର୍କିତ ବିଭିନ୍ନ ବିଷୟରେ ଆଲଚନା କରାଯାଇଥିଲା । ଉକ୍ତ ପ୍ରସଙ୍ଗକୁ ମୁଖ୍ୟତଃ ଭାବେ ଆଲୋଚନା କରିବା ପରେ ନୂତନ କାର୍ଯ୍ୟକର୍ତ୍ତା ଚୟନ ଏବଂ ସଙ୍ଘର ନୂତନ ନାମକରଣ ନିମନ୍ତେ ଉପସ୍ଥିତ ସଭ୍ୟମାନେ ନିଷ୍ପତ୍ତି ନେଇଥିଲେ । ପରେ ସଙ୍ଘର ପୁରାତନ ନାମକୁ ପରିବର୍ତ୍ତନ କରାଯାଇ ଓଡ଼ିଶା ଡିଜିଟାଲ ମିଡିଆ(ଓଡିଏମ୍) ବଦଳରେ ରାୟଗଡା ଡିଜିଟାଲ ମିଡିଆ ସଙ୍ଘ (ଆର୍ଡ଼ିଏମ୍) ଭାବେ ନାମକରଣ କରାଯାଇଥିଲା । ପରେ ଅଞ୍ଜନ କୁମାର ନାଏକଙ୍କୁ ନୂତନ ଭାବେ ସଙ୍ଘର କାର୍ଯ୍ୟକାରୀ କମିଟି ଦାୟିତ୍ୱ ଭାବେ ସର୍ବସମ୍ମତି ରୂପେ ସଙ୍ଘ ସଭାପତି ଭାବେ ଚୟନ କରାଯାଇଥିବା ସହ ଅନ୍ୟ ପଦ ପଦବୀରେ ଉପସଭାପତି ଭାବେ ଗୋପୀନାଥ ଗୌଡ଼, ସମ୍ପାଦକ ଭାବେ ସନ୍ତୋଷ କୁମାର ବେହେରା, ସହ ସମ୍ପାଦକ ଭାବେ ମାଲେସ କୌଶଲ୍ୟା, କୋଷାଧକ୍ଷ ଭାବେ ପ୍ରଫୁଲ୍ଲ କୁମାର ବେହେରା ଓ ସଙ୍ଘ ପରାମର୍ଶଦାତା ଭାବେ ବରିଷ୍ଠ ଗଣମାଧ୍ୟମ ପ୍ରତିନିଧିମାନଙ୍କ ମଧ୍ୟରେ ପ୍ରସାଦ ଲିମା, ସରୋଜ ମହାପାତ୍ର, ସନ୍ତୋଷ ବଛା, ଚିତ୍ତରଞ୍ଜନ ନାୟକ ଓ ନରୋତ୍ତମ ପାଢ଼ୀଙ୍କୁ ଦାୟିତ୍ୱ ଦିଆଯାଇଥିଲା । ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ୧୧ଟି ବ୍ଲକର ଅନ୍ୟ ଗଣମାଧ୍ୟମ ପ୍ରତିନିଧିମାନଙ୍କ ମଧ୍ୟରେ ବରିଷ୍ଟ ସାମ୍ବାଦିକ ଖଗେଶ୍ୱର ସିଂ, ଆଶୁତୋଷ ପଟ୍ଟାୟକ, ପ୍ରସାଦ ଲିମା, ସରୋଜ ମହାପାତ୍ର, ସତ୍ୟନାରାୟଣ ସାହୁ, ରତ୍ନାଲୁ ପ୍ରଭାକର ଓ ଇପିଲି ରମେଶ ପ୍ରମୁଖ ଉପସ୍ଥିତ । ଏହି ସଙ୍ଘର ନୂତନ ଚୟନ କର୍ମକର୍ତ୍ତାଙ୍କୁ ଶୁଭେଚ୍ଛାର ସହ ସଙ୍ଘର ଭବିଷ୍ୟତ ଉଜ୍ୱଳ ଓ ଦିଗଦର୍ଶନ ପାଇଁ ଶୁଭ କାମନା ଜଣାଇଥିଲେ ।