ଆର୍‌ଡିସିଙ୍କ ଛତ୍ରପୁର ତହସିଲ କାର୍ଯ୍ୟାଳୟ ପରିଦର୍ଶନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଦକ୍ଷିଣାଞ୍ଚଳ ରାଜସ୍ୱ ଆୟୁକ୍ତ (ବ୍ରହ୍ମପୁର) ଟି. ଆପାଙ୍ଗ ଆଓ ଗୁରୁବାର ଛତ୍ରପୁର ତହସିଲ କାର୍ଯ୍ୟାଳୟ ପରିଦର୍ଶନ କରି ବିଭିନ୍ନ ନଥିପତ୍ର ଯାଞ୍ଚ କରିଛନ୍ତି । ତହସିଲଦାରଙ୍କ ପ୍ରକୋଷ୍ଠରେ ଉପସ୍ଥିତ ରହି କାର୍ଯ୍ୟାଳୟର ବିଭିନ୍ନ କାର୍ଯ୍ୟଗୁଡିକ ତନଖି ଦେଖିବା ସହ କାର୍ଯ୍ୟାଳୟକୁ ଆସୁଥିବା ସାଧାରଣ ନାଗରିକ କିପରି ସବୁ ସୁବିଧାକୁ ଅତି ସହଜରେ ପାଇପାରିବେ ସେ ଦିଗରେ ଗୁରୁତ୍ୱ ଦେବା ପାଇଁ ସେ ପରାମର୍ଶ ଦେଇଥିଲେ । ଏହା ସହ କାର୍ଯ୍ୟାଳୟରେ ଥିବା ସମସ୍ତ ରେକର୍ଡ ଓ ରେଜିଷ୍ଟାର ଚେକ୍ କରିଥିଲେ । ଆର୍‌ଡିସିଙ୍କ ଏହି ପରିଦର୍ଶନ ବେଳେ ଛତ୍ରପୁର ଅତିରିକ୍ତ ଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ଛତ୍ରପୁର ଉପଜିଲ୍ଲାପାଳ ନୀଳମାଧବ ଭୋଇ, ତହସିଲଦାର ପ୍ରକାଶ କୁମାର ମିଶ୍ରଙ୍କ ସମେତ କାର୍ଯ୍ୟାଳୟର ଅଧିକାରୀ, କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.