jayashree

ଆଦିବାସୀ ଜମି ଅକ୍ତିଆରକୁ ବିରୋଧ କଲେ ଗ୍ରାମବାସୀ

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ଆଦିବାସୀ ଜମି ଅକ୍ତିଆର କୁ ବିରୋଧ କଲେ ଗ୍ରାମ ବାସୀ । ଏଭଳି ଏକ ଘଟଣା ଘଟିଛି ରାୟଗଡା ଜିଲ୍ଲା କଲନରା ବ୍ଳକ ଅମଲା ଭଟା ଗ୍ରାମରେ । ଏହି ସମ୍ପର୍କରେ ଥାନା କିମ୍ବା ରାଜସ୍ୱ ବିଭାଗରେ ଅଭିଯୋଗ ହୋଇ ନ ଥିବା ଜଣା ପଡ଼ିଛି । ସୂଚନା ଅନୁଯାୟୀ ରାୟଗଡା ତହସିଲ ଅଧୀନ ଅମଲା ଭଟା ମୌଜାରେ ଖାତା ନଂ ୨୬/୨ ,ପ୍ଲଟ ନଂ ୧୦ ରେ ୪.୮୦ଏକର ଜମି ରହିଛି ସମୁଲୁ ହୁଈକାଙ୍କ ନାମରେ । ପୁର୍ବ ପୁରୁଷ ରୁ ତାଙ୍କର ପରିବାର ଚାଷ କରି ଆସୁଛନ୍ତି । ନିକରେ ଥିବା ଆଉ ଏକ ଜମିକୁ କିଛିଦିନ ତଳେ ଡି ଶ୍ରୀନୁ ନାମକ ବ୍ୟକ୍ତି କିଣିଛନ୍ତି । ପରବର୍ତ୍ତୀ ସମୟରେ ସମ୍ବୁଲୁଙ୍କ ଜମି ମଧ୍ୟ ଅକ୍ତିଆର କରିବାକୁ ଚେଷ୍ଟା କରିଛନ୍ତି । ଏ ଭଳି କି ଆଜି ଜେସିବି ଲଗାଇ ସେ +ସମତଳ କରୁଥିବା ସମୟରେ ଖବର ପାଇ ସମ୍ବୁଲୁ ପରିବାର ଲୋକେ ଏବଂ ଗ୍ରାମବାସୀ ବିରୋଧ କରିଥିଲେ । ଆଦିବାସୀ ଙ୍କ ଜମି ଅକ୍ତିଆର ବନ୍ଦ କର ବୋଲି ନାରା ବାଜି ଦେଇ ଜମି ସମତଳ କାମକୁ ବନ୍ଦ କରିଥିଲେ ।

Leave A Reply

Your email address will not be published.