କାଶୀପୁର ଠାରେ ଚଇତି-୨୦୨୫ର ଶୁଭାରମ୍ଭ

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ରାୟଗଡ଼ା ଜିଲ୍ଲା କାଶିପୁର ସଦର ବ୍ଲକ ପରିସର ପଡିଆ ଠାରେ ଆଜି ଗଣ ପର୍ବ ” ଚଇତି”କୁ ବଡ଼ ଧୂମଧାମରେ ପାଳିତ ହେଇଯାଇଛି । ଜିଲ୍ଲାର କଳା, ସାହିତ୍ୟ, ସଂସ୍କୃତି ଏବଂ ପରମ୍ପରାର ଗଣପର୍ବ ଚଇତି – ୨୦୨୫ ଅବସରରେ ସତାଧିକ ଜନସାଧାରଣଙ୍କ ଉପସ୍ଥିତରେ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣୀଙ୍କ ଅଧ୍ୟକ୍ଷତାରେ ଉପଜିଲ୍ଲାପାଳ, ଜିଲ୍ଲାପରିଷଦ ଅଧ୍ୟକ୍ଷ, କାଶିପୁର ବ୍ଲକ ଅଧ୍ୟକ୍ଷ ଓ ରାୟଗଡା ବିଧାୟକ ଆପାଲ ସ୍ୱାମୀ କାଡ୍ରାକା ଯୋଗଦେଇଥିଲେ । ପ୍ରଥମେ ଗଙ୍ଗା ଆବାହନ ଓ କଳସ ପୂଜା ସ୍ଥାନୀୟ ବୈଦନାଥ ସାଗର ହାଟପଦା ଠାରେ ସମ୍ପୂର୍ଣ ପରେ ମାଁ ମାଣିକେଶ୍ଵରୀ ମନ୍ଦିରରେ ପୂଜା ଅର୍ଚ୍ଛନା କରାଯାଇଥିଲା । ପରେ ମାଁ ମାଣିକେଶ୍ୱରୀ ମନ୍ଦିର ପରିସରରୁ ଆଦିବାସୀ ବାଦ୍ୟ ଓ ନୃତ୍ୟରେ ଏକ ବିଶାଳ ପଟୁଆରରେ ବାହାରି କଳସ ଓ ମଶାଲ ଯାତ୍ରା ସହ ସହର ପରିକ୍ରମା କରାଯାଇ ବ୍ଲକ ପଡ଼ିଆ ଚଇତି ମଣ୍ଡପ ପହଂଚିଥିଲେ । ସେଠାରେ ପ୍ରଥମେ ଅତିଥିଙ୍କ ଦ୍ଵାରା କଳସ ସ୍ଥାପନା ଓ ପ୍ରଦର୍ଶନ ଷ୍ଟଲ ଗୁଡ଼ିକର ଉଦ୍‌ଘାଟନ କରାଯାଇ ପରବର୍ତୀ ସମୟରେ ଦ୍ଵୀପ ପ୍ରଜ୍ୱଳନ ଓ ପୋଷ୍ଟର ଉନ୍ମଚନ ହେଇଯାଇଥିଲା । ଏହାପରେ ସଂସୃତିକ କାର୍ଯ୍ୟକ୍ରମ ପାଇଁ ବ୍ଲକ ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟରୁ ଛାତ୍ର ଛାତ୍ରୀ ସମେତ ୨୪ ଗୋଟି ଗ୍ରାମପଞ୍ଚାୟତରୁ ଶତାଧିକ କଳା ପ୍ରେମୀ ଯୋଗ ଦେଇ ମଞ୍ଚରେ ନିଜ ନିଜର କଳା ପ୍ରତିଭା ପ୍ରଦର୍ଶନ କରିଥିଲେ । ସେହିପରି ଏହି କାର୍ଯ୍ୟକ୍ରମରେ ଅଞ୍ଚଳର କିଛି ଦକ୍ଷତା ସମ୍ପନ୍ନଙ୍କୁ ମଞ୍ଚରେ ଅତିଥିଙ୍କ ଦ୍ୱାରା ସମ୍ମାନିତ କରିଥିବାବେଳେ ସଂସ୍କୃତିକ କାର୍ଯ୍ୟକ୍ରମକୁ ଦିନ ତମାମ ଉପସ୍ଥିତ ଜନସାଧାରଣ ଉପଭୋଗ କରିଥିଲେ । ଏଭଳି ଚଇତି ଉତ୍ସବକୁ ବର୍ତମାନ ଜିଲ୍ଲା ଅନ୍ତର୍ଗତ ୧୧ଟି ବ୍ଲକରେ କାର୍ଯ୍ୟକ୍ରମ ଜାରି ରହିଥିବା ବେଳେ ଅନ୍ତିମ ଜିଲ୍ଲାସ୍ତରୀୟ ଚଇତି – ୨୦୨୫ ଉତ୍ସବକୁ ଚଳିତ ମାସ ୨୬-୧୨-୨୦୨୫ ଠାରୁ ୩୦-୧୨-୨୦୨୫ ପର୍ଯ୍ୟନ୍ତ ରାୟଗଡ଼ ଜି.ସି.ଡ଼ି ହାଇସ୍କୁଲ ପଡ଼ିଆ ଠାରେ ଅନୁଷ୍ଠିତ ହେବାକୁ ସ୍ଥିର ହେଇଛି । ଆଜିର କାର୍ୟ୍ୟକ୍ରମରେ ଏଡିଏମ ରାଜସ୍ୱ ରାୟଗଡା, ସିଡିଈଓ ତଥା ଈଓ ଜିଲ୍ଲା ପରିଷଦ ରାୟଗଡା, ଉପଜିଲ୍ଲାପାଳ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ଜିଲ୍ଲା ସାଂସ୍କୃତିକ ଅଧିକାରୀ, ବ୍ଲକ ଅଧିକାରୀ କାଶୀପୁର, ସାଂସଦ ପ୍ରତିନିଧି କାଶୀପୁର ବ୍ଲକ, ବ୍ଲକ ଅଧକ୍ଷ କାଶୀପୁର, ସମସ୍ତ ବ୍ଲକର ଅଧକ୍ଷ, ଉପାଧକ୍ଷା ଓ ସରପଞ୍ଚ ସମିତି ଉପସ୍ଥିତ ଥିଲେ ।

Leave A Reply

Your email address will not be published.