କଲ୍ୟାଣସିଂହପୁର ରେଞ୍ଜରେ ହାତୀ : ଘର ଭାଙ୍ଗି ଖାଇଲେ ଖାଦ୍ୟ

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବନାଞ୍ଚଳର ଶିକରପାଇ ସେକ୍ସନର ଭିତର ଝୋଲା ଓ ଭେଜା ମଧ୍ୟରେ ଥିବା ଜଙ୍ଗଲରେ ଏକ ଦନ୍ତା ଓ ମାଈ ହାତୀ ତା’ର ଛୁଆ ସହ ବୁଲୁଥିବା ଦେଖି ସ୍ଥାନୀୟ ଅଞ୍ଚଳବାସୀ ଭୟଭୀତ । ଗତ ଦୁଇଦିନ ପୂର୍ବେ ପଲମା ପଡିଭଟା ଅଞ୍ଚଳରୁ ଉପର ସଜା ଦେଇ ବେଳକୋଣା ମଶାଣି ରେ ଦନ୍ତା ଓ ମାଈ ହାତୀ ତା’ର ଛୁଆ ସହ ଦିନ ତମାମ ରହିଥିଲେ । ସନ୍ଧ୍ୟାରେ ଭିତର ଝୋଲା ଗ୍ରାମର ଜଙ୍ଗଲରେ ପଶିଥିଲେ । ଯାହା ଫଳରେ ଲେକେ କକୁଆ ଭୟରେ ତାଟି କବାଟ ପକାଇ ଦେଉଛନ୍ତି । ଗତକାଲି ଭିତର ଝୋଲା ଗ୍ରାମର ଦାଶାଇ ମେଲାକା ଙ୍କ ଘରଭାଙ୍ଗି ଖାଦ୍ୟ ଖାଇ ଦେଇ ଚାଲି ଯାଇଥିଲେ । ପରେ କୋଳନରା ବ୍ଲକର ଏମାଲୀ ଗୁଡ଼ାଦେଇ ଥେରୁବାଲି, ପୂଜାରୀଗୁଡା ଗ୍ରାମରେ ଥିବା ଫରେଷ୍ଟର ପ୍ରଦୀପ କୁମାର ଜେନା ପ୍ରକାଶ କରିଛନ୍ତି । ପୂର୍ବରୁ ମଧ୍ୟ ଉପରମୂଶୁଡି ପଲମା, ବନ୍ଧ କରଞ୍ଜା, ପଡିଭଟା ଗ୍ରାମରେ କାହାର ଘରେ ରଖିଥିବା ଧାନ ଚାଉଳ, ମାଣ୍ଡିଆ ଭଳି ଖାଦ୍ୟ ଖାଇଦେଇ ଚାଲିଯାଉଥିବା ନଜର ରହିଛି । ଦୀର୍ଘ ଏକ ବର୍ଷଧରି ନିୟମଗିରି, କରଲାପଟ, କାଶୀପୁର ଲେଲିଗୁମା, କୋଳନରାର ଡଙ୍ଗର ବଲାଙ୍ଗିର ଅଞ୍ଚଳରେ ହାତୀ ନିତିଦିନିଆ ଦୌରାମ୍ୟ କରିଚାଲିଥିବାରୁ ଲୋକେ ଅଣ ନିଶ୍ୱାସୀ ହୋଇ ଯାଉଥିବା ଅଭିଯୋଗ କରିଛନ୍ତି । ଏହି ଅଞ୍ଚଳରେ ଘୁରି ବୁଲିଛନ୍ତି ୨୮ ଗୋଟି ହାତୀ । ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି । ସନ୍ଧ୍ୟାରୁ ତାଟିକବାଟ ପାକାଇ ଘରେ ରହିଛନ୍ତି ଲୋକେ । ଖବର ପାଇ ବନବିଭାଗ କର୍ମଚାରୀ ପହଞ୍ଚୀ ହାତୀର ଗତିବିଧି ଅନୁଧ୍ୟାନ କରୁଥିବା ବେଳେ ଏହି ସମ୍ପର୍କରେ ଫରେଷ୍ଟର ଶ୍ରୀ ଜେନାଙ୍କୁ ପଚାରିବାରୁ ହାତୀଙ୍କ ଗତିବିଧି ଉପରେ ନଜର ରଖି ଲୋକଙ୍କୁ ସଚେତନା କରାଯାଉଛି ବୋଲି ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.