oom

ଭାରତୀୟ ଜନତା ପାର୍ଟି, ପାନପୋଷ ସାଂଗଠନିକ ଜିଲ୍ଲା ରାଉରକେଲା

jsmm
  • ସମ୍ବିଧାନ ପ୍ରଣେତାଙ୍କୁ ତାଙ୍କ ଜନ୍ମ ତିଥିରେ ବିଜେପିର ଗଭୀର ଶ୍ରଦ୍ଧାଞ୍ଜଳି

ରାଉରକେଲା, (ସସ୍ମିତା ପ୍ରଧାନ) : ଭାରତୀୟ ଜନତା ପାର୍ଟି, ରାଉରକେଲା ସାଙ୍ଗଠନିକ ଜିଲ୍ଲା ତରଫରୁ ସେକ୍ଟର ୭-୧୭ ଛକ ନିକଟରେ ଥିବା ସମ୍ବିଧାନ ପ୍ରଣେତା ତଥା ଭାରତ ରତ୍ନ ଡକ୍ଟର ବାବାସାହେବ ଭୀମ ରାଓ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ରଘୁନାଥପଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀ, ପୂର୍ବତନ ଜିଲ୍ଲା ସଭାନେତ୍ରୀ ଲତିକା ପଟ୍ଟନାୟକଙ୍କ ସମେତ ଉପସ୍ଥିତ ସମସ୍ତ ନେତ୍ରୁ ମଣ୍ଡଳୀ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ନେତୃବୃନ୍ଦ ଏହି ଅବସରରେ ଡ ଆମ୍ବେଦକରଙ୍କର ସୃତିଚାରଣ କରିବା ସହିତ ସମସ୍ତଙ୍କ ମଧ୍ୟରେ ଜାତୀୟ ଏକତା ଓ ସଂହତିର ଅଭିବୃଦ୍ଧି ବ୍ୟବସ୍ଥା ପ୍ରଦାନ କରିଥିବା ପ୍ରକାଶ କରିଥିଲେ । ସେ ଏକାଧାରରେ ଜଣେ ସମାଜ ସଂସ୍କାରକ, ଆଇନଜ୍ଞ ଏବଂ ରାଜନେତା ଥିଲେ । ତାଙ୍କର ମାନବ ପ୍ରେମ, ଉଦାର ପୌରୁଷ ପାଇଁ ଚିରଦିନ ସ୍ୱରଣୀୟ ହେଇ ରହିଛନ୍ତି । ଆଜିର ଏହି ମହାନ ପବିତ୍ର ଦିବସ, ଭଗବାନ ହନୁମାନଙ୍କ ଜନ୍ମ ତିଥି, ମହାବିଷୁବ ସଂକ୍ରାନ୍ତି, ଓଡ଼ିଆ ନବ ବର୍ଷ ଓ ପଣା ସଂକ୍ରାନ୍ତି ଅବସରରେ ସମସ୍ତଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ ଏହି କାର୍ଯ୍ୟକ୍ରମର ସାଯୋଜକ ସନ୍ତୋଷ କୁମାର ବେହେରା, ଗଙ୍ଗାଧର ଦାଶ, ମଳୟ ମହାପାତ୍ର, ଭ୍ରମରବର ବେହେରା, ସସ୍ମିତା ପାଢ଼ୀ, ଅକ୍ଷୟ କୁମାର ଦାଶ, ଅଶୋକ ଲେଙ୍କା, ଅଜୟ କାଂସାରୀ, ସତ୍ୟ ବ୍ରତ ସାହୁ, ଆଲୋକ ନାୟକ, ଅଜୟ କାଂସାରୀ, ରାମ ବର୍ମା, ମନୋଜ ପଟ୍ଟନାୟକ, ଗାଡୁ ବାଗ, ମନୋଜ ଜେନା, ସନ୍ତୋଷ ବିରାଟଙ୍କ ସମେତ ବହୁ କର୍ମୀ ଅଂଶ ଗ୍ରହଣ କରିଥିଲେ ବୋଲି ଜିଲ୍ଲା ମୁଖ ପାତ୍ର ଗଙ୍ଗାଧର ଦାଶ ଏକ ପ୍ରେସ ବିବୃତିରେ ଜଣାଇଛନ୍ତି ।

jittmm
Leave A Reply

Your email address will not be published.