ls

ରେଙ୍ଗାଲିରେ ଗୋଣ୍ଡ ସାଂସ୍କୃତିକ ସମାଜର ବନ୍ଧୁମିଳନ ସହ ପ୍ରହରୀ ମଣ୍ଡପ ରତ୍ନମୁଦ ସ୍ଥାପନ

sb

ଖପ୍ରାଖୋଲ, (ଅଶୋକ ବାଗ) : ଖପ୍ରାଖୋଲ ବ୍ଲକ ରେଙ୍ଗାଲି ସାପ୍ତାହିକ ହାଟ ପଡିଆଠାରେ ଗୋଣ୍ଡ ସାଂସ୍କୃତିକ ସମାଜ ତରଫରୁ ବନ୍ଧୁମିଳନ ସହ ପ୍ରହରୀ ମଣ୍ଡପ ରତ୍ନମୁଦ ସ୍ଥାପନ ଉତ୍ସବ ରବିବାର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଗୋଣ୍ଡ ସମାଜର ବ୍ଲକ ସଭାପତି ଚୌବନ ମାଝୀଙ୍କ ନେତୃତ୍ୱରେ ପ୍ରଥମେ ଜାତିର ଇଷ୍ଟ ଦେବତା ବୁଢ଼ାଦେଓଙ୍କ ପୂଜା ପାଠ ପରେ ରତ୍ନମୁଦ ସ୍ଥାପନ ପାଇଁ କଳସ ପୂଜା ଓ ପରେ ମଣ୍ଡପର ରତ୍ନମୁଦ ସ୍ଥାପନ କରାଯାଇଥିଲା । ପୂଜା କର୍ତ୍ତା ରୂପେ ବଳ ଧାରୁଆ କାର୍ଯ୍ୟ ସମ୍ପାଦନ କରିଥିବା ବେଳେ ପୂଜକ ରୂପେ ପଣ୍ଡିତ କପୂର୍ଚନ ଦାଶ ଓ ସୁଲଭ ଦାଶ ରତ୍ନମୁଦ ସ୍ଥାପନ କାର୍ଯ୍ୟ ସମ୍ପାଦନ କରିଥିଲେ । ଏହି ଅବସରରେ ରେଙ୍ଗାଲି ଗୋଣ୍ଡ ସାଂସ୍କୃତିକ ସମାଜର ଘନ ଧରୁଆ, ଆନନ୍ଦ ଧରୁଆ, ତନୁଜ ଧରୁଆ, ବନ ଧରୁଆ, ଖଣ୍ଡ ମାଝୀ, ନରେନ୍ଦ୍ର ମାଝୀ, ସନ୍ୟାସୀ ଧରୁଆ, ରାମ ଧରୁଆ, ଧରମ ସିଂହ ଧରୁଆ ପ୍ରମୁଖ ନେତୃତ୍ୱ ନେଇଥିଲେ । ଏହି ଅବସରରେ ପାଟଣାଗଡ ବିଧାୟକ ସରୋଜ ମେହେର, ଖପ୍ରାଖୋଲ ବ୍ଲକ ଅଧ୍ୟକ୍ଷା ନିରୁପମା ପଟେଲ, ଉପାଧ୍ୟକ୍ଷ ସୁଖୀରାମ ଷାଣ୍ଢ, ବିଧାୟକ ପ୍ରତିନିଧି ରମେଶ ପ୍ରଧାନ, ରେଙ୍ଗାଲି ସରପଞ୍ଚ ଉମାକାନ୍ତ ମେହେର ପ୍ରମୁଖ ଅତିଥି ରୂପେ ଯୋଗ ଦେଇଥିଲେ । ଏହି ଉତ୍ସବରେ ବଲାଙ୍ଗିର, ନୂଆପଡ଼ା ଓ ବରଗଡ଼ ଜିଲ୍ଲା ଅଞ୍ଚଳର ଗୋଣ୍ଡ ସମାଜର ଶତାଧିକ ମହିଳା ପୁରୁଷ ଯୋଗ ଦେଇଥିଲେ ।

pc pk
Leave A Reply

Your email address will not be published.