shyamal

ବ୍ରାହ୍ମଣୀ ଗ୍ରାମରେ ଆନନ୍ଦ ଉଲ୍ଲାସର ସହ ରଥଯାତ୍ରା ସମ୍ପନ୍ନ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ୍ ଲଖନା ପଞ୍ଚାୟତ ବ୍ରାହ୍ମଣୀ ଗ୍ରାମରେ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ରଥଯାତ୍ରା ଶାନ୍ତି ଶୃଙ୍ଖଳା ଓ ଆନନ୍ଦ ଉଲ୍ଲାସର ସହିତ‌ ସମ୍ପନ୍ନ ହୋଇଯାଇଛି । ସ୍ଥାନୀୟ ଜଗନ୍ନାଥ ମନ୍ଦିରରୁ ଗ୍ରାମ ଉତ୍ତରସ୍ଥ ମାଉସୀ ମାଁ ମନ୍ଦିର ପର୍ଯ୍ୟନ୍ତ ରଥଟଣା ଯାଇଥିଲା । ଗ୍ରାମର ଇଂ ରଘୁରାଜ ପ୍ରଧାନ ଛେରାପହଁରା ନୀତି ସମ୍ପନ୍ନ କରିଥିଲେ । ଏଥିରେ ମୁଖ୍ୟ ପୂଜକ ଭାବେ କାଶୀନାଥ ଦାସ, ଜୟ ପ୍ରକାଶ ଦାସଙ୍କ ସହ ସୌମ୍ୟରଂଜନ ଦାସ, ଶୁଭମ୍‌ରଂଜନ ଦାସ, ସ୍ୱାଧୀନ ରଞ୍ଜନ ଦାସ ଓ ସୁବାସ କୁମାର ଶତପଥୀ ପୂଜା ଓ ପହଣ୍ଡି ବିଜେ କାର୍ଯ୍ୟ ନିର୍ବାହ କରିଥିଲେ । ଏଥିରେ ବ୍ରାହ୍ମଣୀ ଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ସମସ୍ତ ସଦସ୍ୟ ତଥା ଗ୍ରାମବାସୀ ସମ୍ପୂର୍ଣ୍ଣ ଭାବରେ ସହଯୋଗ କରିଥିଲେ । ଏହି ଗ୍ରାମର ରଥଯାତ୍ରା ଶତାଧିକ ବର୍ଷର ପ୍ରାଚୀନ । ଏବର୍ଷ ଗ୍ରାମବାସୀଙ୍କ ଆନ୍ତରିକ ଉଦ୍ୟମରେ ଗ୍ରାମରେ ଏକ ଦିବ୍ୟ ଓ ଭବ୍ୟ ମାଉସୀ ମାଁ ମନ୍ଦିର ଗତ ମାସ ପ୍ରତିଷ୍ଠା ହୋଇଥିବା ବେଳେ ଛ‌ଅଚକ ବିଶିଷ୍ଟ ଚ‌ଉଦ ଫୁଟ୍ ଲମ୍ବ ଓ ଏଗାର ଫୁଟ୍‌ ଓସାର ଏକ ରଥ ମଧ୍ୟ ପ୍ରସ୍ତୁତ ହୋଇଥିଲା । ଏବର୍ଷ ନବନିର୍ମିତ ମାଉସୀ ମାଁ ମନ୍ଦିର ଓ ନୂଆ ରଥରେ ତିନି ଠାକୁରଙ୍କ ଦର୍ଶନ ଓ କୃପା ଲାଭ ପାଇବା ପାଇଁ ଶ୍ରଦ୍ଧାଳୁଙ୍କ ପ୍ରବଳ ସମାଗମ ହୋଇଥିଲା । ଶାନ୍ତି ଶୃଙ୍ଖଳା ରକ୍ଷା ନିମନ୍ତେ ମୁରିବାହାଲ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିଲା ।

purusottam
Leave A Reply

Your email address will not be published.