ଦାବୁଜୁରୀ ଗ୍ରାମରେ ରଥଯାତ୍ରା ପାଳିତ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ଦାବିଜୁରୀ ଗ୍ରାମରେ ଦୀର୍ଘ ୯୦ ବର୍ଷ ପୂର୍ବରୁ ଆଷାଢ଼ ମାସ ତୃତୀୟ ତିଥିରେ ରୀତିନୀତି ଅନୁସାରେ ରଥଯାତ୍ରା ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ପୂଜକ ଭବାନୀ ଶଙ୍କର ପାଣିଗ୍ରାହୀ ପୂଜାର୍ଚ୍ଚନା କରିଥିବା ବେଳେ ପ୍ରମୋଦ ପଣ୍ଡା ଏବଂ ରାଜେନ୍ଦ୍ର ତ୍ରିପାଠୀ ସହଯୋଗ କରିଥିଲେ । ତେବେ ଗ୍ରାମର ଗୌଉନ୍ତିଆ ତରଣି ସେନ ପାତ୍ର ଛେରା ପହରା କରିଥିଲେ । ଜଗନ୍ନାଥଙ୍କ ଦର୍ଶନ ପାଇଁ କରୋନା କଟକଣା ନିୟମକୁ ପାଳନ କରି ଭକ୍ତଙ୍କ ଭିଡ଼ ଲାଗି ରହିଥିଲା ।

Leave A Reply

Your email address will not be published.