ପଦ୍ମ ଭୂଷଣ ରମାକାନ୍ତ ରଥଙ୍କ ବିୟୋଗରେ ପ୍ରଗତି ଉତ୍କଳ ସଂଘରେ ଶୋକସଭା

ରାଉରକେଲା, (ସସ୍ମିତା ପ୍ରଧାନ) : ଆନ୍ତର୍ଜାତିକ ଖ୍ୟାତି ସଂପନ୍ନ କବି ପଦ୍ମଭୂଷଣ ରମାକାନ୍ତ ରଥଙ୍କ ବିୟୋଗରେ ପ୍ରଗତି ଉତ୍କଳ ସଂଘ ଆନୁକୂଲ୍ୟରେ ଏକ ଶୋକସଭା ସଂଘର ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ସଭାପତି ପ୍ରତାପ କୁମାର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ସଭାର ପ୍ରାରମ୍ଭରେ ଡ. ନଗେନ କୁମାର ଦାସ ଡଃ. ରଥଙ୍କ କୃତି ସମ୍ପର୍କରେ ସୂଚନା ପ୍ରଦାନ କରିବା ପରେ ଉପସ୍ଥିତ ସଦସ୍ୟମାନେ ୧ ମିନିଟ୍ ନିରବ ପ୍ରାର୍ଥନା କରି ଦିବଂଗତ ଆତ୍ମାଙ୍କ ସଦଗତି କାମନା କରିଥିଲେ । ଏହି ସଭାରେ ଅନ୍ୟତମ ଉପସଭାପତି ରଶ୍ମି ରଞ୍ଜନ ବୋଇତାଇ, ସାଧାରଣ ସମ୍ପାଦକ ଘନଶ୍ୟାମ ଧଳ, ସମ୍ପାଦକ ରାଧାମୋହନ ନାୟକ, ଯୁଗ୍ମ ସମ୍ପାଦକ ଲକ୍ଷ୍ମଣ ନାଥ ଦାସ, ସାଂସ୍କୃତିକ ସମ୍ପାଦକ ଅଶୋକ କୁମାର ପଟ୍ଟନାୟକ, କ୍ରୀଡ଼ା ସମ୍ପାଦକ ଅରବିନ୍ଦ ପାତ୍ର, ପାଠାଗାର ସମ୍ପାଦକ ଇନ୍ଦ୍ରମଣି ମହାପାତ୍ର, କାର୍ଯ୍ୟକାରୀ କମିଟିର ସଦସ୍ୟ ଶୁଭ୍ରାଂଶୁ ମହାପାତ୍ର, ପ୍ରସନ୍ନ କୁମାର ମହାନ୍ତି, ପରୀକ୍ଷିତ ଗୁରୁ, ଧରଣୀଧର ସାମଲ, ସତ୍ୟନାରାୟଣ ଦାଶ, ରଶ୍ମି ସାହୁ, ପ୍ରଦୀପ କୁମାର ପଟ୍ଟନାୟକ ପ୍ରମୁଖ ଯୋଗଦାନ କରିଥିଲେ ।

jittmm
Leave A Reply

Your email address will not be published.