oom

ଫସଲ ବିବିଧକରଣ ଉପରେ ସଚେତନତା ରଥର ଶୁଭାରମ୍ଭ

jsmm

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଓଡିଶା ସରକାରଙ୍କର କୃଷି ଏବଂ କୃଷକ ସଶକ୍ତିକରଣ ବିଭାଗ, ସୁବର୍ଣ୍ଣପୁର ଦ୍ୱାରା ତରଭା ବ୍ଲକରେ କାର୍ଯ୍ୟକାରୀ ହେଉଥିବା ବୃହତ ଉଠା ଜଳ ସେଚନ ଅନ୍ତର୍ଗତ ଫସଲ ବିବିଧକରଣ ଯୋଜନାରେ ଅଣଧାନ ଫସଲ ପ୍ରତି ଚାଷୀ ଭାଇ ମାନଙ୍କ ଆଗ୍ରହ ସୃଷ୍ଟି କରିବା ଉଦେଶ୍ୟରେ ଆଜି ସଚେତନତା ରଥର ଶୁଭାରମ୍ଭ ହୋଇଯାଇଛି । ଜିଲ୍ଲାପାଳ ବିମଳେନ୍ଦୁ ରାୟ ଓ ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶ ଦୁଇଟି ସଚେତନତା ରଥକୁ ପତାକା ଦେଖାଇ ଶୁଭାରମ୍ଭ କରିବା ସହିତ କାର୍ଯ୍ୟକ୍ରମର ଅନୁକୂଳ କରିଥିଲେ । ଏହି ଅବସରରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଡ. ବିଭୁତି ଭୂଷଣ ମିଶ୍ର ଏବଂ ବିଭାଗର ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ । ଏହି ଯୋଜନା ବର୍ତମାନ ଓଡ଼ିଶାର ୨୨ ଗୋଟି ଜିଲ୍ଲାରେ କାର୍ଯ୍ୟକାରୀ ହେଉଅଛି । ଖରିଫ ଋତୁରେ ଅଣଧାନ ଫସଲ ଚାଷ ପ୍ରତି ଚାଷୀମାନଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି କରିବା ତଥା ବଜାର ଚାହିଦା ମୁତାବକ ଅଣଧାନ ଫସଲ ଚାଷ କରିବା ଏହି ଯୋଜନାର ମୁଖ୍ୟ ଲକ୍ଷ୍ୟ । ଏହି ସଚେତନତା ରଥ ଚାଷୀମାନଙ୍କ ମଧ୍ୟରେ ଅଣଧାନ ଫସଲ ପ୍ରତି ଆଗ୍ରହ ସୃଷ୍ଟି କରିବା ସହିତ ଚାଷ ସମ୍ବନ୍ଧୀୟ ବୈଷୟିକ ସୂଚନା ପ୍ରଦାନ କରିବ ।

jittmm
Leave A Reply

Your email address will not be published.