ସ୍ୱାଧୀନତା ସଂଗ୍ରାମୀଙ୍କ ସ୍ମୃତିଚାରଣ କରିବା ସହିତ ଅହିଂସାର ବାର୍ତ୍ତା ପ୍ରଚାର କରୁଛି ଅହିଂସା ରଥ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଅହିଂସା ରଥ ରାଜ୍ୟ ପରିକ୍ରମା କରି ସ୍ୱାଧୀନତା ସଂଗ୍ରାମୀଙ୍କ ସ୍ମୃତିଚାରଣ କରିବା ସହିତ ଅହିଂସାର ବାର୍ତ୍ତା ପ୍ରଚାର କରୁଛି । ବିଭିନ୍ନ ସ୍ଥାନରେ ରଥ ସ୍ୱାଗତ କାର୍ଯ୍ୟକ୍ରମରେ ଦେଖିବାକୁ ମିଳୁଛି ଓଡ଼ିଶାର ପାରମ୍ପରିକ ଝୋଟିର ଝଲକ । ଛାତ୍ରଛାତ୍ରୀ ଏବଂ ମିଶନ ଶକ୍ତିର ମା’ମାନେ ଏଭଳି ସୁନ୍ଦର ଝୋଟି ଅଙ୍କନ କରି ରଥକୁ ସ୍ୱାଗତ କରୁଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

Leave A Reply

Your email address will not be published.