oom

ବିଲେଇସର୍ଡାରେ ଶିକ୍ଷା ସଚେତନତା ରଥକୁ ସ୍ୱାଗତ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜ୍ୟ ସରକାରଙ୍କ ଯୋଜନା ଅନୁଯାୟୀ ସମଗ୍ର ଶିକ୍ଷା ଅଭିଯାନ ତରଫରୁ ସରକାରୀ ଶିକ୍ଷାନୁଷ୍ଠାନ ପ୍ରତି ପିଲାମାନଙ୍କୁ ଆକୃଷ୍ଟ କରିବା ସହ ଯେପରି ପ୍ରତୋକ ପିଲା ବିଦ୍ୟାଳୟକୁ ପାଠ ପଢିବାକୁ ଯିବେ ସେ ନେଇ ଅଭିଭାବକ ମାନଙ୍କୁ ସଚେତନ କରିବାର ଲକ୍ଷ୍ୟ ନେଇ ଶିକ୍ଷା ସଚେତନତା ରଥ ପରିକ୍ରମା କରି ପ୍ରବେଶ ଉତ୍ସବ ଓ ଖଡିଛୁଆଁ ପାଇଁ ଜନ ସଚେତନତା ସୃଷ୍ଟି କରୁଛି । ଏହି କ୍ରମରେ ପୁଇଁତଳା ଗୋଷ୍ଠୀ ଶିକ୍ଷା ଅଧିକାରୀ ଲୋକନାଥ ସୁନାଙ୍କ ତତ୍ତତ୍ତତ୍ତାବଧାନରେ ଏନ୍ଏଚ୍-୫୭ ନମ୍ବର ଜାତୀୟ ରାଜପଥ ଦେଇ ବିଲେଇସର୍ଡା କ୍ଲଷ୍ଟର ଜବାହାରଲାଲ ହାଇସ୍କୁଲ ଠାରେ ପହଞ୍ଚିବା ପରେ ପ୍ରଧାନ ଶିକ୍ଷକ ସ୍ୱାଧିନ ସାହୁଙ୍କ ନେତୃତ୍ୱରେ ବିଦ୍ୟାଳୟ ତରଫରୁ ରଥକୁ ଭବ୍ୟ ସ୍ୱାଗତ ସମ୍ଵର୍ଦ୍ଧନା ଦିଆଯାଇଥିଲା । ପର୍ଯ୍ୟବେକ୍ଷକ ଭାବେ ଆଞ୍ଚଳିକ ସାଧନକର୍ମୀ ସତ୍ୟ ନାରାୟଣ ସାହୁ ଯୋଗ ଦେଇଥିଲେ । ପରେ ଶିକ୍ଷା ସଚେତନତା ରଥକୁ ଅନୁଷ୍ଠାନର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, ଛାତ୍ର, ଛାତ୍ରୀ, ଅଙ୍ଗନୱାଡି କର୍ମୀଙ୍କ ସମେତ ବିଦ୍ୟାଳୟ ପରିଚାଳନା କମିଟି ଓ ପଞ୍ଚସଖା ସେତୁର ସମସ୍ତ କର୍ମକର୍ତ୍ତା ବିଲେଇସର୍ଡା ଗ୍ରାମ ପରିକ୍ରମା କରିବା ସହ ଅଭିଭାବକ ମାନଙ୍କୁ ସଚେତନ କରିଥିଲେ । ପରେ ଶିକ୍ଷା ସଚେତନତା ରଥ ବିଲେଇସର୍ଡା କ୍ଲଷ୍ଟରର ସମସ୍ତ ସରକାରୀ ବିଦ୍ୟାଳୟ ପରିକ୍ରମା କରିଥିଲା ।

jittmm
Leave A Reply

Your email address will not be published.