ppurohit

ଜାତୀୟ ଶିକ୍ଷା ପୁରସ୍କାର : ଶିକ୍ଷକଙ୍କୁ ପୁରସ୍କୃତ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

2nd

ଭୁବନେଶ୍ୱର : ଆଜି ଦେଶର ୪୫ ଜଣଙ୍କୁ ମିଳିବ ଜାତୀୟ ଶିକ୍ଷକ ପୁରସ୍କାର ୨୦୨୫ । ଏଥିରେ ଓଡ଼ିଶାର ଦୁଇ ଜଣ ଶିକ୍ଷକ ରହିଛନ୍ତି । କୋରାପୁଟସ୍ଥିତ ପିଏମ୍‌ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟର ଶିକ୍ଷକ ତରୁଣ କୁମାର ଦାଶ ଓ ମାଲକାନଗିରି ଜିଲ୍ଲା କୋଣ୍ଡେଲ ସରକାରୀ ନୋଡାଲ ଉଚ୍ଚ ପ୍ରାଥମିକ ସ୍କୁଲର ଶିକ୍ଷକ ବସନ୍ତ କୁମାର ରଣା ଜାତୀୟ ଶିକ୍ଷକ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି । ଗୁରୁ ଦିବସ ଅବସରରେ ନୂଆଦିଲ୍ଲୀରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶିକ୍ଷକଙ୍କୁ ପୁରସ୍କୃତ କରିବେ । ଜାତୀୟ ଶିକ୍ଷଚ ପୁରସ୍କାର ୨୦୨୫ ପାଇଁ ସାରା ଦେଶରୁ ୪୫ ଜଣଙ୍କୁ ମନୋନୀତ କରାଯାଇଛି । ପ୍ରତ୍ୟେକ ପୁରସ୍କାରରେ ସାର୍ଟିଫିକେଟ୍‌, ନଗଦ ୫୦ ହଜାର ଟଙ୍କା ସହ ରୌପ୍ୟ ପଦକ ପ୍ରଦାନ କରାଯିବ ।

Leave A Reply

Your email address will not be published.