ବାରିପଦା : ରାଷ୍ଟ୍ରପତି ଭାବେ ଶପଥ ନେବାର ଦୀର୍ଘ ୧୧ ମାସ ପରେ ନିଜ ଜନ୍ମମାଟିକୁ ଫେରୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ହେବା ପରେ ଓଡ଼ିଶାକୁ ପୂର୍ବରୁ ଦୁଇଥର ଆସିଥିଲେ ସୁଦ୍ଧା ନିଜ ଜନ୍ମମାଟି ମୟୂରଭଞ୍ଜକୁ ଆସି ନଥିଲେ । ମୟୂରଭଞ୍ଜ ଜିଲ୍ଲାକୁ ଏହା ତାଙ୍କର ପ୍ରଥମ ଗସ୍ତ ହୋଇଥିବାରୁ ସାରା ଜିଲ୍ଲାରେ ଉତ୍ସବର ମାହୋଲ ଖେଳି ଯାଇଛି । ରାଇରଙ୍ଗପୁର, ପାହାଡପୁରଠୁ ନେଇ ବାରିପଦା ସବୁଠି ରାଷ୍ଟ୍ରପତିଙ୍କ ଗସ୍ତକୁ ଲକ୍ଷ୍ୟରେ ରଖି ବ୍ୟାପକ ବ୍ୟବସ୍ଥା କରାଯାଇଛି ।
Next Post