ବଲାଙ୍ଗିର, (କେପିଏନ୍ଏସ୍) : କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୋଧରେ ‘ଭାରତ ବନ୍ଦ’ ଅବସରରେ ସ୍ଥାନୀୟ ପଥରଚେପାରେ ଜିଲ୍ଲାର ବିଶିଷ୍ଟ ଚାଷୀନେତା ଡା.ସୁଧୀର ପରିଚ୍ଛାଙ୍କ ନେତୃତ୍ୱରେ ରାସ୍ତାରୋକ କରାଯାଇଥିବା ବେଳେ ରାସ୍ତାର ଏପଟେ ଓ ସେପଟେ ଶହ ଶହ ମୋଟରସାଇକେଲ ତଥା ଚାରିଚକିଆ ଯାନ, ଟେମ୍ପୁ ଆଦି ଅଟକି ରହିଥିବା ଦେଖିବାକୁ ମିଳିଛି । ଯାତ୍ରୀମାନଙ୍କ କଥା କଟାକଟି ବି ଆନ୍ଦୋଳନକାରୀମାନଙ୍କ ସହ ଜୋର୍ ଚାଲିଥିବା ଦେଖିବାକୁ ମିଳିଛି । କିନ୍ତୁ କେବଳ ମେଡ଼ିକାଲ୍ କାମ ଛଡ଼ା ଅନ୍ୟ କୌଣସି କ୍ଷେତ୍ରରେ ଆନ୍ଦୋଳନକାରୀମାନେ କୋହଳ ମନୋଭାବ ପୋଷଣ କରାଯାଇ ନଥିବା ଜଣାପଡ଼ିଛି ।