ଚନ୍ଦନଭାଟି, (ରାଜେଶ ଦଣ୍ଡସେନା) : ବଲାଙ୍ଗିର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଚନ୍ଦନଭାଟି ଗ୍ରାମ ପଞ୍ଚାୟତର ଚନ୍ଦନଭାଟୀ ମୁଖ୍ୟ ରାସ୍ତାର ଅବସ୍ଥା ଦୟନୀୟ ହୋଇପଡ଼ିଛି । ଏହି ରାସ୍ତା ଦେଇ ପ୍ରତିଦିନ ଶହ ଶହ ଯାନବାହାନ ଯାଉଥିବା ବେଳେ କୌଣସି ନା କୌଣସି ଦୁର୍ଘଟଣା ଘଟୁଥିବାର ନଜିର ରହିଛି । ଏହି ରାସ୍ତା ମଝିରେ ବଡ ଗର୍ତ୍ତଟିଏ ହୋଇଛି । ଏହି ଗର୍ତ୍ତରେ ବାଟୋଇ ଠାରୁ ଗାଡି ଚାଳକ ପର୍ଯ୍ୟନ୍ତ ପଡିଯାଇ ବିପଦର ସମ୍ମୁଖୀନ ହେଉଛନ୍ତି । ବର୍ଷ ବର୍ଷ ଧରି ଏହି ରାସ୍ତାରେ ଏଭଳି ବିପଦଜନକ ଦୃଶ୍ୟ କେମିତି ସୁଧୁରି ପାରୁନାହିଁ ସମସ୍ତଙ୍କୁ ଚକିତ କରିଛି । ଆଗକୁ ଏହି ରାସ୍ତାର ମରାମତି ନ ହେଲେ କିଛି ବି ବିପଦ ଘଟିପାରେ ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର୍ ଧରିଛି । ସେମିତି ଗ୍ରାମ ଭିତରକୁ ଯାଇଥିବା ରାସ୍ତା ମଧ୍ୟ ସେହିଭଳି ଅବସ୍ଥା ବାଟମୁହଁରେ ଯେମିତି ଖାଲ ହୋଇଛି ତଳେ ପଡିବା ଜଣେ ସୁନିଶ୍ଚିତ । ଟିକେ ଆଗକୁ ଗଲେ ଖାଲ ଢିପ ଭରା ରାସ୍ତା ମେହେରପଡା ପର୍ଯ୍ୟନ୍ତ ଲମ୍ବି ରହିଛି କେଉଁଠି ଗେଟି ଉପୁଡିଛି ତ କେଉଁଠି ବଡ ବଡ ଖାଲ ରହିଛି ଏମିତିରେ ଯାତାୟାତ କରୁଥିବା ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ରାସ୍ତାଦେଇ ପ୍ରତିଦିନ ଶହ ଶହ ଛାତ୍ରଛାତ୍ରୀ ଏବଂ ସ୍ଥାନୀୟ ବାସିନ୍ଦା ଯାତାୟତ କରୁଥିବା ବେଳେ ବହୁତ ଲୋକ ଝୁଣ୍ଟି ପଡ଼ି ତଳେ ପଡିଯାଆନ୍ତି ବୋଲି ସ୍ଥାନୀୟ ଲୋକଙ୍କ ଅଭିଯୋଗ ହେଉଛି । ତୁରନ୍ତ ଏହି ଦୁଇବଟିଆ ରାସ୍ତା ଏବଂ ଗର୍ତ୍ତକୁ ମରାମତି କରିବା ପାଇଁ ସାଧାରଣରେ ଦାବୀ ହେଉଛି ।