ରାସ୍ତା ଶୋଚନୀୟ ଥିବା ଯୋଗୁଁ ପୋଲରେ ଅଟକିଲା ସ୍କୁଲ ଗାଡ଼ି

ନୂଆପଡ଼ା, (ଅଜିତ ବେହେରା) : ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଗ୍ରାମାଞ୍ଚଳ ମାନଙ୍କର ଉନ୍ନତି ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ଆଜିବି କିଛି ଗାଁ ରହିଛି ଯେଉଁ ଠାରେ ବିକାଶ ବହୁତ ଦୂର ରାସ୍ତା ଶୋଚନୀୟ ଥିବା ଯୋଗୁଁ ବିଭିନ୍ନ ସମସ୍ୟା ଉପୁଜିଛି । ଯାହା ଦେଖିବାକୁ ମିଳିଛି ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ ଅନ୍ତର୍ଗତ କରଙ୍ଗାମାଲ ଗ୍ରାମପଞ୍ଚାୟତ ଅଧିନରେ ଥିବା କୁଲିଙ୍ଗାମାଲ ଗ୍ରାମ ଠାରୁ କନକପଡ଼ା ରାସ୍ତା ଏହି ରାସ୍ତା ଦେଇ ସ୍କୁଲ ଛାତ୍ରଛାତ୍ରୀ, ଜରୁରୀ ସେବା ଆମ୍ବୁଲାନ୍ସ, ସ୍କୁଲ ଗାଡ଼ି ଯିବା ଆସିବା କରୁଛି । ହେଲେ ରାସ୍ତା ଓସାରିଆ ନଥିବାରୁ ଏବଂ ଏକ ପୋଲ ପାଖରେ ଗାତ ହୋଇଥିବା ବିଭିନ୍ନ ସମୟରେ ଦୁର୍ଘଟଣା ଦେଖା ଦେଇଛି । ଯାହା ଫଳରେ ଆଜି ଏକ ସ୍କୁଲ ଗାଡ଼ି ଗାତରେ ପଡ଼ି ଯିବା ପରେ ଅନେକ ସମୟ ଧରି ସ୍କୁଲ ଛୁଆ ମାନେ ଫସି ରହିଥିଲେ । ପରେ ଗ୍ରାମର କିଛି ଲୋକ ଯାଇ ସାହାଯ୍ୟ କରିବା ପରେ ସ୍କୁଲ ଗାଡ଼ିକୁ ବାହାର କରାଯାଇଥିଲା । ଏମିତି ଅନେକ ସମୟରେ ଆମ୍ବୁଲାନ୍ସ ମଧ୍ୟ ଅଟକି ଯାଇଥିବା କଥା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଯାହା ରାତ୍ର ସମୟରେ ଯିବା ଆସିବା ଲୋକଙ୍କ ପାଇଁ ବିପଦ ହୋଇ ରହିଛି । ତେଣୁକରି ଉଭୟ ଗ୍ରାମବାସୀ ପ୍ରଶାସନକୁ ଅନୁରୋଧ କରିଛନ୍ତି । ପୋଲ ପାଖ ରାସ୍ତା ମରାମତି କରିବା ସହ ଆଗକୁ ଯେଉଁ ରାସ୍ତା ଶୋଚନୀୟ ରହିଛି । ତାହା ମରାମତି କରିଦେଲେ ଗ୍ରାମବାସୀ ବିପଦ ସଙ୍କୁଳ ରାସ୍ତାରୁ ମୁକ୍ତି ପାଇ ପାରିବେ ବୋଲି ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.